ଜନବସତି ମୁହାଁ ବାଘ ମାମୁଁ : ଅଞ୍ଚଳରେ ଭୟର ବାତାବରଣ

ସଇଁନ୍ତଲା,୪/୭: ବଡ଼ମାଲ ଗୋଳବାରୁଦ କାରଖାନା ପରିସରରେ କଲରାପତରିଆ ବାଘର ଉପସ୍ଥିତି ଯୋଗୁ ଭୟର ବାତାବରଣ ଖେଳି ଯାଇଛି। କାରଖାନାର କୋଲୋନୀରେ ରହୁଥିବା ଜଣେ ବ୍ୟକ୍ତି ବାଘକୁ ଦେଖି ନିଜି ମୋବାଇଲରେ ଫୋଟୋ କଏଦ କରିଥିଲେ । ପରେ ତାହା ସମାଜିଜ ଗଣମାଧ୍ୟମରେ ଭାଇରାଲ ହେବା ପରେ କରଖାନାରେ କାମ କରୁଥିବା କର୍ମଚାରୀ ତଥା କୋଲୋନିରେ ରହୁଥିବା ଲୋକେ ଆତଙ୍କିତ ହୋଇ ପଡିଛନ୍ତି। କିଛି ଦିନ ତଳେ ମଧ୍ୟ କାରଖାନା ପରିସରରେ କଲାପତରିଆ ବାଘ ଦେଖା ଦେଇଥିଲା। ବଡ଼ମାଲ ପ୍ରଶାସନ ତରଫରୁ ସିସିଟିଭିର ବ୍ୟବସ୍ତା କରାଯାଇଛି। ହେଲେ ବାରମ୍ବାର ଏପରି କଲାପତରିଆ ବାଘ ଦୃଶ୍ୟମାନ ହେଉ ଥିବା ଯୋଗୁ ଲୋକେ ଭୟଭିତ ହେବାସହ ନାଇଟ ସିପ୍ଟରେ କାମ କରିବାକୁ ଯାଉଥିବା କର୍ମଚାରୀ ମାନଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ବଡ଼ମାଲ ପ୍ରଶାସନ ତଥା ବନବିଭାଗ ବିହିତ ପଦକ୍ଷେପ ନେବାକୁ ଦାବି ହେଉଛି।

ସଇଁନ୍ତଲାରୁ ଅବିନାଶ ନନ୍ଦଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.