✒️ପଞ୍ଚାନନ ଜାଲ (ସୌରଭ)
ଲୋକକେ ଶୁଷଲା ସରପଞ୍ଚ
ସରପଞ୍ଚକେ ଚାଟଲା ବି.ଡି.ଓ
ନିଜେ ଦେଖଲେ ଏଚ୍ଡି ଭିଡିଓ
ଆର୍ ଲୋକକେ ସୁନାଲେ ଅଡିଓ ।
ପଏସା ପଏସା ବୋଲି ଦୁନିଆ ଭାଗୁଛେ
ପଏସା ଥିଲେ ସବୁ ଖେଲ
ପଏସା ନାଇଥିଲେ ନାଇଁ ପଚରେ କିଏ
ନାଇଁ ରହେ ତାଲମେଲ ।
ପଏସା ଦି କରି ଚାକିରି ପଉଛେ
ଯାର ନାଇନା ଯୋଗ୍ୟତା
ଥିଲା ଘର ପିଲା ଦି କରି ପଇସା
ଚାକିରୀ ପଉଛନ୍ ଧୁରକୁଟା।
ମା ଯଉଛେ କାମ୍ କରି,ବୁଆ ଯଉଛେ ଭୂତି
ପିଲାର୍ ଚାକିରି କାଯେ ବୋଲି
ମା ହଉଛେ ଛାତି ପିଟି
ଆର୍ ବୁଆ ଯଉଛେ ହାତ ପାତି ।
ଟଙ୍କିଆ ଚାଉଳକେ ପେଟେ ପୁରେଇ
ଗରିବ ମରୁଛନ୍ ଭୁକେ
ଗରିବ ଲୋକର ମୁଡକେ ମାରି
ତମେ ରହୁଛ ସୁଖେ ।
ଦେଖି କରି ବି ସହି ନାଇ ହୁଏ
ଗରିବ ମରୁଛେ ରୁଗେବାତେ
ସରକାରୀ ଡାକ୍ତର ବି ପଏସା ମାଗୁଛେ
ପଏସା ନାଇନ ହାତେ ।
ମନ୍ତ୍ରୀର ପିଲା ମନ୍ତ୍ରୀ ହେଲା
ଡାକ୍ତରର ପିଲା ଡାକ୍ତର
ଗରିବ୍ ପିଲାର ଜମି ଏକରେ ଥିଲେ
ସେ ଚଲଉଛେ ଟ୍ରାକ୍ଟର ।
ବଢ଼ି ଗଲାନ ଗରିବର୍ ଟେନସନ୍
କାଣା ଯେ ସେ କରବା
ଦୁର୍ନିତି ନାଇ ହଟଲେ
ନ୍ୟାୟ ନାଇ ମିଲ୍ ଲେ
ମୂଷାମରା ଖାଇ ମରବା ।
ଉପର ବାଲା ସବୁ ଦେଖୁଛେ
ଯୁଗିଥା ବାବୁ ତୋର ଫଲକେ
ସଜା’ ତ ତୁଇ ନିଶ୍ଚେ ପାଏବୁ
ଆଜି ନାଇ ତ କାଲକେ ।
ମାଣ୍ଡେଲ, ନର୍ଲା, କଳାହାଣ୍ଡି