ଉତ୍କଳ ବିକାଶ ପରିଷଦ ପକ୍ଷରୁ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ

କଟକ,୨୨/୮: କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ କଟକ ସଦର ଉପକଣ୍ଠ ଧରିଣା ପଂଚାୟତର କମରପଦା ଭୁଟାନଗାଦି ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି। ଏହି କାର୍ଯ୍ୟକ୍ରମ ବଳରାମ ସେଠୀଙ୍କ ସହଯୋଗରେ ଅନୁଷ୍ଠିତ ହୋଇ କର୍ମକର୍ତ୍ତା ବର୍ଗ ପ୍ରକାଶ କୁମାର ମିଶ୍ର, ଧରିଣା ସରପଂଚ ଅଂଜନ ସେଠୀ, ଚକ୍ରବର୍ତ୍ତୀ ଓତା, ଅଶୋକ କୁମାର ସାହୁ, କୃଷକନେତା ଦେବୀପ୍ରସାଦ ପତି, ଵିଜୟ ନାୟକ, ଚନ୍ଦ୍ରଶେଖର ମଲ୍ଲିକ, ସନ୍ତୋଷ ଭୋଇ, ଅମିତ ବେହେରା, ସୁମନ କୁମାର ଜେନା, ସଂଜୟ ସାହୁ, ବିଶ୍ୱରଂଜନ ସେଠୀ ପ୍ରମୁଖ ବୃକ୍ଷରୋପଣ କରିବା ସହ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି।

ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ପରିଷଦର ସଭାପତି ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଉପସ୍ଥିତ ରହି କର୍ମକର୍ତ୍ତାମାନଙ୍କୁ ଉତ୍ସାହିତ କରିବା ସହ ଆଗାମୀ ଦିନମାନଙ୍କରେ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସାଧାରଣରେ ନିବେଦନ କରିଛନ୍ତି। ପରିଷଦର ଏହି ମହତ ସେବାକର୍ଯ୍ୟକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି।


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.