ନିରାଡମ୍ବର ଭାବେ ‘ନାଚ୍’ ଡ୍ୟାନ୍ସ ଏକାଡେମୀ ପାଳନ କଲା ଗଣେଶ ପୂଜା

ବାଲେଶ୍ଵର,୨୨/୮ (କୃଷ୍ଣ କୁମାର ମହାନ୍ତି) : ଚଳିତ ବର୍ଷ ବାଲେଶ୍ଵରରେ କରୋନା କଟକଣା ଯୋଗୁଁ ଗଣେଶ ପୂଜା ଫିକା ପଡି ଯାଇଛି। ନା ଅଛି ପୂଜା ମଣ୍ଡପ, ସାଜସଜ୍ଜା, ତୋରଣ ନା ମେଢ଼ର ନାନା ଆକର୍ଷଣ। ପ୍ରତିବର୍ଷ ଭଳି ଏଥର ନାଚ ଓ ଗୀତ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆନ୍ତରିକତା ନଥିବା ଦେଖା ଯାଇଛି। କାଁ ଭାଁ କେତେକ ସ୍ଥାନରେ ନିରାଡ଼ମ୍ବର ଭାବେ କୋଭିଡ଼ ନିୟମ ଅନୁସାରେ ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା କରା ଯାଇଥିଲା। ସେହିପରି ନାଚ୍ ଡ୍ୟାନ୍ସ ଏକାଡେମୀରେ ଗଣେଶ ପୂଜା ଅନୁଷ୍ଠିତ ହୋଇଥିଲା।ଏଥିରେ କର୍ତ୍ତା ଭାବେ ଅନୁଷ୍ଠାନର ମୁଖ୍ୟ ଅରୁଣାଂଶୁ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। ଏଥିରେ ନୃତ୍ୟାନୁଷ୍ଠାନର ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଙ୍ଗଳକାମନା କରାଯାଇ ଥିଲା ବୋଲି ଅଧ୍ୟକ୍ଷା ରୋନାଲିସା ପଣ୍ଡା କହିଛନ୍ତି। ପୂଜା କାର୍ଯ୍ୟରେ ଆର୍ଚ୍ଚିଶା ପାଣିଗ୍ରାହୀ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Click here to get 24×7 News & Views alerts👇🏻

Udyog Nursery
Udyogi Nursery

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.