କରୋନା ସ୍ଥିତି ଜଟିଳ

ସଚେତନତା ହିଁ କେବଳ ରୋକିପାରିବ କରୋନା ସଂକ୍ରମଣକୁ

୧୪୭ ଚିହ୍ନଟ ପରେ ୨୯୬୩ ପଜିଟିଭ୍ ରାୟଗଡ ଜିଲ୍ଳାରେ

ରାୟଗଡ,୨୨/୮: ରାୟଗଡ ଜିଲ୍ଳାରେ କରୋନା ସଂକ୍ରମଣ ସ୍ଥିତି ଅଧିକ ଜଟିଳ ହେବାରେ ଲାଗିଛି । ସଚେତନତା ହିଁ କେବଳ ରୋକିପାରିବ କରୋନା ସଂକ୍ରମଣକୁ । ନଚେତ୍ ବୃଦ୍ଧି ପାଉଥିବା ପଜିଟିଭ୍ ସଂଖ୍ୟାରେ ଅଙ୍କୁଶ ଲଗାଇବା କଷ୍ଟକର ହୋଇପଡିବ । ରାୟଗଡ ଜିଲ୍ଳାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ । ମାତ୍ର ୫୩ଟି ପଜିଟିଭ୍ କେସରୁ ଦୂରରେ ରହିଛି ୩ହଜାର ସଂଖ୍ୟା ଛୁଇଁବାକୁ ରାୟଗଡ ଜିଲ୍ଳା । ପ୍ରଥମ ୧ ହଜାର ସଂଖ୍ୟାରେ ପଂହଚିବା ପାଇଁ ଲାଗିଥିଲା ୨ମାସ ଏବଂ ଆଉ ୨ହଜାର ପାଇଁ ମାତ୍ର ୧୫ଦିନ ଆଉ ଏବେ ୩ହଜାର ପାଇଁ କେବଳ ଦିନ ଲାଗିଛି । ଶନିବାର ଦିନ ରାୟଗଡ ଜିଲ୍ଳାରୁ ୧୪୭ଜଣ ନୂଆ ପଜିଟିଭ୍ ଚିହ୍ନଟ ପରେ ମୋଟ ୨୯୬୩ ଜଣ ପଜିଟିଭ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ୫୫.୧୮ ପ୍ରତିଶତ ସୁସ୍ଥତା ହାରରେ ୧୬୩୫ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪୪.୨୧ ପ୍ରତିଶତ ହାରରେ ବଳକା ୧୩୧୦ ଜଣ ସକ୍ରିୟ ରୋଗୀ ଚିକିତ୍ସିତ ହେଉଛନ୍ତି ଏବଂ ୦.୬୧ ପ୍ରତିଶତ ମୃତ୍ୟୁ ହାରରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଜିଲ୍ଳା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ (ସିଡିଏମଓ)ଡାକ୍ତର ଆର୍ତବନ୍ଧୁ ନାୟକ ସୂଚନା ଦେଇଛନ୍ତି ।

ଶନିବାର ୧୪୭ ଚିହ୍ନଟଙ୍କ ମଧ୍ୟରେ ୯୬ ଜଣ ପୁରୁଷ ଓ ୫୧ ଜଣ ମହିଳା ଆକ୍ରାନ୍ତ ରହିଛନ୍ତି । ସେହିପରି ଚିହ୍ନଟ ୧୪୭ ଜଣ ସମସ୍ତ ହୋମ କ୍ୱାରେନଟାଇନରୁ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୧୭ ଜଣ ଆଇଏଲଆଇ/ସାରି ଲକ୍ଷଣ ଥିବା ଓ ୮୬ ଜଣ କଂଟାକ୍ଟ ଟ୍ରେସିଂରୁ ଚିହ୍ନଟ ହୋଇଛନ୍ତି । ସେହିପରି ୧୫ଜଣ କରୋନା ଯୋଦ୍ଧା ଚିହ୍ନଟ ହୋଇଥିବା ବେଳେ ଜଣଙ୍କ ଗସ୍ତ ତଥ୍ୟ ରହିଥିବା ସୂଚନା ଦେଇଛନ୍ତି । ବତର୍ମାନ ଜିଲ୍ଳାରେ ୩୯୯ ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଥିବା ବେଳେ ୫୭.୬୪ ପ୍ରତିଶତ ସୁସ୍ଥତା ହାରରେ ୨୩୦ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪୨.୩୬ ପ୍ରତିଶତ ହାରରେ ୧୬୯ ଜଣ କରୋନା ଯୋଦ୍ଧା ବିଭିନ୍ନ କୋଭିଡ୍ କେୟାର ଓ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିିକିତ୍ସିତ ହେଉଛନ୍ତି ।

ସେହିପରି ଜିଲ୍ଳାର ମୁନିଗୁଡା ବ୍ଳକରୁ ୪୩, ରାମନାଗୁଡାରୁ ୧୨, କୋଲନରାରୁ ୧୧, କାଶିପୁର ଓ ପଦ୍ମପୁରରୁ ୧୦ ଜଣ ଲେଖାଁଏ ୨୦ଜଣ, ଗୁଣପୁର ପୈାରାଂଚଳ ଓ କଲ୍ୟାଣସିଂହପୁର ବ୍ଳକରୁ ୯ ଜଣ ଲେଖାଁଏ ୧୮ଜଣ, ଚନ୍ଦ୍ରପୁର ବ୍ଳକରୁ ୩ ଜଣ ଓ ରାୟଗଡ ପୈାରାଂଚଳରୁ ୨୮ ଓ ପୈାରାଂଚଳରୁ ୧୨ ମୋଟ ୧୪୭ ଜଣ ଚିହ୍ନଟ ହୋଇଥିବା ନେଇ ସିଡିଏମଓ ଶ୍ରୀ ନାୟକ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.