କରୋନା କଟକଣାରେ ଅଗ୍ର‌୍ୟପୂଜ୍ୟ ଶ୍ରୀ ଗଣେଷ ପୂଜା ପାଇଲେ ଘରେ ଘରେ

ପୂଜା ମଣ୍ଡପ ଓ ସ୍କୁଲ ପରିସର ଲାଗିଲା ଖାଁ ଖାଁ

ରାୟଗଡ,୨୨/୮: ମହାମାରୀ କରୋନା ସଂକ୍ରମଣର ଜାଲରେ ଛନ୍ଦି ହେଉଛି ରାୟଗଡ ଜିଲ୍ଳା । ଜିଲ୍ଳାକୁ କରୋନା ମୁକ୍ତ କରିବା ପାଇଁ ଯଥା ସମ୍ଭବ ପ୍ରଚେଷ୍ଠା ଜାରି ରଖିଛି ଜିଲ୍ଳା ପ୍ରଶାସନ । ଏହି ମର୍ମରେ ଆରମ୍ଭ ହୋଇ ଯାଇଛି ପାର୍ବଣର ଋତୁ ଏବଂ ଲୋକେ ପାଳିଛନ୍ତି ଅଗ୍ରପୂଜ୍ୟ ଶ୍ରୀ ଗଣେଷଙ୍କ ଚତୁର୍ଥୀ ପୂଜା । ତେବେ ପୂଜା ମଣ୍ଡପଗୁଡିକରେ ଉତ୍ସବ ପାଳନ ଦ୍ୱାରା ଲୋକେ ସାମାଜିକ ଦୂରତାକୁ ଗୁରୁତ୍ୱ ନ ଦେଲେ ଏହି ସଂକ୍ରମଣ ଆହୁରି ବୃଦ୍ଧି ପାଇବା ଆଶଙ୍କା କରି ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ମହାମାରୀ କରୋନା କଟକଣା ମଧ୍ୟରେ ଗଜାନନଙ୍କ ପୂଜା ପାଳିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅପରପକ୍ଷେ ନିଜ ଘରେ ଶ୍ରଦ୍ଧାଳୁମାନେ ଶ୍ରୀ ବିନାୟକଙ୍କ ପୂଜା କରିବେ ଏବଂ ଶିକ୍ଷାନୁଷ୍ଠାନଗୁଡିକରେ ହାତଗଣତି ଶିକ୍ଷକଙ୍କୁ ନେଇ ପୂଜା ବିଧି ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତିି । ଫଳରେ ରାୟଗଡ ସହରର ବଡ ବଡ ପୂଜା ମଣ୍ଡପଗୁଡିକ ଓ ସ୍କୁଲ ପରିସର ଖାଁ ଖାଁ ଲାଗିଛି । ସହରର ବଡ ବଡ ପୂଜା ମଣ୍ଡପଗୁଡିକ ମଧ୍ୟରେ ଟେଲିଫୋନ ଭବନ ସାହି ସ୍ଥିତ ଜଙ୍ଗଲି ଗୟସ୍ ୟୁଥ୍ ଆସୋସିଏସନ୍ ପୂଜା କମିଟି, ଇନ୍ଦିରା ନଗର ପୂଜା କମିଟି ଆଦି ସହ ଅନେକ ପୂଜା କମିଟି ତରଫରୁ ପୂଜା ବିଧିକୁ ବଂଚେଇ ରଖିବା ପାଇଁ ବିନା ସୁନ୍ଦର ତୋରଣ ଓ ଆଲୋକମାଳାରେ ପୂଜାର୍ଚ୍ଚନା କରାଯାଇଛି । ଗତବର୍ଷ ଶ୍ରୀ ଗଣେଷ ପୂଜାରେ ରାୟଗଡ ସହର ପୂଜା ମଣ୍ଡପଗୁଡିକର ରଙ୍ଗବେରଙ୍ଗ ଆଲୋକମାଳା ଓ ସୁନ୍ଦର ଆର୍କଷିତ ତୋରଣଗୁଡିକରେ ଝଲସି ଉଠୁଥିବା ବେଳେ ଚଳିତ ବର୍ଷ କରୋନା ଯୋଗୁଁ ସବୁ ଫିକା ପଡିଯାଇଛି । ଅନେକ ଶିକ୍ଷାନୁଷ୍ଠାନଗୁଡିକର ଛାତ୍ରଛାତ୍ରୀମାନେ ଅନଲାଇନ ମାଧ୍ୟମରେ ଶ୍ରୀ ଗଜାନନଙ୍କ ପୂଜାର୍ଚ୍ଚନାକୁ ଅନଲାଇନ ଦେଖିଥିିଲେ । ରାୟଗଡ ସହରରେ ଚଳିତ ବର୍ଷ କରୋନା ପାଇଁ ମୂର୍ତି କାରିଗରମାନେ ମଧ୍ୟ ଅଳ୍ପ ସଂଖ୍ୟକ ମୂର୍ତି ନିର୍ମାଣ କରି ବଜାରରେ ବିକ୍ରି କରିଥିଲେ । ଘରେ ଘରେ ଶ୍ରୀ ଗଣେଷଙ୍କ ପୂଜାର୍ଚ୍ଚନା କରାଯାଇଥିବା ଦେଖିବାକୁ ମିଳିଥିଲା ।

ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.