“ମାଁ କେଲେନ୍‌ଡର୍ ପଶ୍ଚିମ ଓଡିଶାର ଅସ୍ମିତା”

କୁଳଦୀପ ପବ୍ଲିକେଶନ ଦ୍ୱାରା କଳାହାଁଣିଆ ଭାଷାର ମାଁ କେଲନ୍‌ଡର୍ ଉନ୍ମୋଚନ ଉତ୍ସବ

କଳାହାଣ୍ଡି: ନର୍ଲା ବ୍ଲକ ଟୋଲବ୍ରାହ୍ମଣୀସ୍ଥିତ ଅଲେଖ ମହିମା ମଠ ପରିସର ମଧ୍ୟରେ ‘ମାଁ କେଲେନ୍‌ଡର୍’ ଉନ୍ମୋଚନ ସମାରୋହ ଆୟୋଜିତ ହୋଇଯାଇଛି। ସାହିତ୍ୟ ମନ୍ଦିର ନର୍ଲା ଆନୁକୁଲ୍ୟରେ କୁଳଦୀପ ପବ୍ଲିକେସନ ଦ୍ବାରା ଏହା କଳାହାଣ୍ଡିଆ ଭାଷାରେ ପ୍ରସ୍ତୁତ ହୋଇଛି।

Omkar Vasthu
Omkar Vasthu


ବିଶିଷ୍ଠ ସମାଜସେବୀ ବୈଦ୍ୟରାଜ ପବିତ୍ର ଶବରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉନ୍ମୋଚନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ନର୍ଲା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ମୂଖ୍ୟ ବକ୍ତା ଭାବେ କଳାହାଣ୍ଡି ଜିଲ୍ଲା ଓଟିଭି ପ୍ରତିନିଧି ରାଜକୁମାର ସିଂହଦେଓ, ସମ୍ମାନିତ ଅତିଥି ଭାବେ ସମାଜସେବୀ ମନୋଜ କୁମାର ପଟ୍ଟନାୟକ, ନର୍ଲା ବ୍ଲକର ପୂର୍ବତନ ଅଧ୍ୟକ୍ଷ ନୀଳମଣି ସାହୁ, କଳାହାଣ୍ଡି ଜିଲ୍ଲା ଆଦିସ୍କନ୍ଧ ସମାଜ ସଭାପତି ସୁରେଶ ଚନ୍ଦ୍ର ଭୋଇ, ଜିଲ୍ଲା ପରିଷଦ ସଭ୍ୟା ସୁଶ୍ରୀ ରୀନା ଭୋଇ, ସରିଆଁ ସରପଞ୍ଚ ଜନନୀ ଭୋଇ, ସମିତି ସଭ୍ୟା ନନ୍ଦିନୀ ଭୋଇ, ସମ୍ମାନୀତ ବକ୍ତା କନ୍ଧ ସଂସ୍କୃତି ଗବେଷବ ତଥା ଭୀମା ପତ୍ରିକାର ପ୍ରତିଷ୍ଠାତା ମେଦିନୀଧର ଜାନୀ ପ୍ରମୁଖ ଯୋଗଦାନ କରି ମାଁ କେଲେନ୍‌ଡର୍ ପଶ୍ଚିମ ଓଡିଶାର ଅସ୍ମିତା ବୋଲି ବର୍ଣ୍ଣନା କରିଥିଲେ। କୁଳଦୀପ ପ୍ରକାଶନୀର ମୂଖ୍ୟ ସମ୍ପାଦକ କୁଳମଣି ସାହୁ ମଂଚ ପରିଚାଳନା କରିବାସହ କେଲେନ୍‌ଡର୍ ପ୍ରକାଶନ ବିବରଣୀ ପ୍ରଦାନ କରିଥିଲେ।

Pearl dental clinic
Near Ashish Medical Store, Bhawanipatna
Advt.

Udyog Nursery
Udyogi Nursery

ଦ୍ୱିତୀୟ ଅଧିବେଶନରେ କଳାହାଁଣିଆ ଭାଷା କବିତା ଆସର ଅନୁଷ୍ଠିତ ହୋଇଥିଲା। କବି ଗୋପାଳ ମିଶ୍ରଙ୍କ ସଭାପତିତ୍ୱ ଓ କବି ହେମନ୍ତ ସାହୁଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ ଆସରରେ କବି ମୋହନ ଭଟ୍ଟ, ପିତାମ୍ବର ଗଉଡ, ଲଳିତ ମୋହନ ଭୋଇ, ନରୋତ୍ତମ ପାତ୍ର, ହିମାଚଂଳ ସାହୁ, କ୍ଷୀରସିନ୍ଧୁ ସାହୁ, ତପନ କୁମାର ସାହୁ, ମାନସ ପ୍ରହରାଜ, କ୍ଷୀତିଶଚନ୍ଦ୍ର ମାଝୀ, ରମାକାନ୍ତ ସାହାଣୀ, ଅଜିତ ଭୋଇ ପ୍ରମୁଖ ସ୍ୱରଚିତା କବିତା ଆବୃତ୍ତି କରିଥିଲେ। ଉସ୍ତାଦ ବିସମିଲ୍ଲା ଯୁବ ପୁରସ୍କାର ପ୍ରାପ୍ତ କଳାକାର ସର୍ବେଶ୍ୱର ମଧ୍ୟ ମଞ୍ଚାସୀନ ରହି ଲୋକଗୀତ ପରିବେଷଣ କରିଥିଲେ। ପରିଶେଷରେ କବି ଅରୁଣ ପ୍ରଧାନୀ ଧନ୍ୟବାଦ ଅର୍ପଣ କରିଥିଲେ ।

 

କଳାହାଣ୍ଡି ଜିଲ୍ଲା ନର୍ଲାରୁ ନିରଞ୍ଜନ ଗଉଡଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.