କୋକସରା, (ହିରଣ୍ୟ ବେହେରା): କୋକସରା ବ୍ଲକ ଫୁପ ଗାଁର ଅଗ୍ରଣୀ ଯୁବ ଅନୁଷ୍ଠାନ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଯୁବକ ସଂଘ ଓ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ମିଳିତ ଆନୁକୂଲ୍ୟରେ ସ୍ୱଚ୍ଛ ଗ୍ରାମ ଅଭିଯାନ ମାଧ୍ୟମରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଫୁପ ଗାଁ ରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫୁପ ଗାଁ ସରପଞ୍ଚ କୀର୍ତ୍ତନ ଶବର ଯୋଗ ଦେଇ ଯୁବକ ମାନଙ୍କୁ ଗ୍ରାମ୍ୟ ସ୍ୱଚ୍ଛତା ପାଇଁ ଉତ୍ସାହିତ କରିଥିଲେ। ଠାକୁର ଅନୁକୂଳଚନ୍ଦ୍ର ଯୁବକ ସଂଘର ସଭାପତି ପ୍ରତାପ କୁମାର ନାଏକ, ନେହେରୁ ଯୁବକେନ୍ଦ୍ର ର ରାଷ୍ଟ୍ରୀୟ ସ୍ବେଛାସେବୀ କୋପନେଶ୍ୱର ବେମାଲ ଓ ଯୁବକ ସଂଘର ସକ୍ରିୟ ସଭ୍ୟ ମାନେ ଯୋଗଦାନ କରି ସ୍ୱଚ୍ଛ ଗାଁ କିପରି ଭାବରେ ହୋଇ ପାରିବ ସେ ଉପରେ ଆଲୋଚନା କରି ଗାଁ ପରିକ୍ରମା କରି ଗାଁର ବିଭିନ୍ନ ସ୍ଥାନରେ ପଡି ରହିଥିବା ଅଳିଆ ଆବର୍ଜନା ସଫା କରି ଆସନ୍ତା ଗଣତନ୍ତ୍ର ଦିବସର ଶୁଭେଚ୍ଛା ବାର୍ତା ପ୍ରଦାନ କରିଥିଲେ।