ଜିସିଡି ଜିଲ୍ଳା ଉଚ୍ଚ ବିଦ୍ୟାଳୟରେ “ପରୀକ୍ଷା ଦର୍ପଣ ପୁସ୍ତିକା” ବିତରଣ

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳା ସଦର ମହକୁମା ସ୍ଥିତ ଗୋବିନ୍ଦ ଚନ୍ଦ୍ର ଦେବ (ଜିସିଡି) ଜିଲ୍ଳା ଉଚ୍ଚ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ବିଶିଷ୍ଠ ଅତିଥିମାନଙ୍କ ଉପସ୍ଥିତିରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଇଥିବା “ପରୀକ୍ଷା ଦର୍ପଣ” ପୁସ୍ତକ ବିତରଣ କରାଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବିଦ୍ୟାଳୟର ରାଜ୍ୟ ପୁରସ୍କାର ପ୍ରାପ୍ତ ପ୍ରଧାନଶିକ୍ଷକ ହରିହର ମହାପାତ୍ରଙ୍କର ପୈାରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ରାୟଗଡ ଜିଲ୍ଳାର ଅତିରିକ୍ତ ଜିଲ୍ଳା ଶିକ୍ଷାଧିକାରିଣୀ ଶ୍ରୀମତି ଆନେସ୍ତେସିଆ କେରକଟୋ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ତଥା ମୋ ସ୍କୁଲ ଅଭିଯାନର ସଭାପତି ରାଜେଶ କୁମାର ପାଢୀ ମୁଖ୍ୟ ବକ୍ତା ଭାବେ ଓ ଏସଏମଡିସିର ବରିଷ୍ଠ ସଭ୍ୟ ବିଚିତ୍ରାନନ୍ଦ ସାହୁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଚଳିତ ବର୍ଷରେ ଦଶମ ଶ୍ରେଣୀର ଅଧ୍ୟାୟନରତ ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଧିଷ୍ଟ ପରୀକ୍ଷା ଦର୍ପଣ ପୁସ୍ତିକାର ଉପାଦେୟତା ସମ୍ବନ୍ଧରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ । ସେହିପରି ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶଶୀଭୂଷଣ ପଟ୍ଟନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷୟତ୍ରୀ ଜ୍ୟୋସ୍ନାରାଣୀ ବେହେରା ଧନ୍ୟବାଦ ଦେଇଥିଲେ ।

Udyog Nursery
Udyogi Nursery


ଦଶମ ଶ୍ରେଣୀ ଶିକ୍ଷକ ଏମ.ମୂରଲୀକ୍ରିଷ୍ଣା, ବି.ମୂରଲୀକ୍ରିଷ୍ଣା, ଅଜୟ ମିଶ୍ର ଓ କ୍ରୀଡା ଶିକ୍ଷକ ସୁନୀଲ କୁମାର ମହାନ୍ତ ଉକ୍ତ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିଥିଲେ । ପରିଶେଷରେ ଉକ୍ତ କାର୍ଯ୍ୟକ୍ରମରେ ଦଶମ ଶ୍ରେଣୀର ଉପସ୍ଥିତ ଥିବା ୯୬ଜଣ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ଦର୍ପଣ ପୁସ୍ତିକା ବିତରଣ କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.