ବରିଷ୍ଠ ଓକିଲ ପ୍ରତାପଚନ୍ଦ୍ର ଦାସଙ୍କ ପରଲୋକ

ରାୟଗଡ ଓକିଲ ସଂଘ ପକ୍ଷରୁ ଶୋକସଭା ଓ କ୍ୟାଣ୍ଡଲ ଜାଳି ଶ୍ରଦ୍ଧାଂଜଳି ଅର୍ପଣ

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଓକିଲ ସଂଘର ବରିଷ୍ଠ ଓକିଲ ପ୍ରତାପଚନ୍ଦ୍ର୍ର ପ୍ରଧାନ କରୋନାରେ କବଳିତ ହୋଇ ବିଶାଖାପାଟଣାମ ସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ନେଇ ଖବର ପ୍ରଚାରିତ ହେବା ପରେ ରାୟଗଡ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

Omkar Vasthu
Omkar Vasthu


ରାୟଗଡ ଓକିଲ ସଂଘ ତରଫରୁ ଜିଲ୍ଳା ଦୈାରାଜଜ୍ ଅଦାଲତ ପରିସରରେ ଓକିଲ ସଂଘ ସଭାପତି ବ୍ରଜସୁନ୍ଦର ନାୟକଙ୍କ ଅଧ୍ୟକ୍ଷତାରେ ସ୍ୱର୍ଗତଃ ଶ୍ରୀ ଦାସଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।

Pearl dental clinic
Near Ashish Medical Store, Bhawanipatna


ଏଥିରେ ଜିଲ୍ଳା ଜଜ୍ ଚିତରଂଜନ ଦାସ, ପରିବାର ଅଦାଲତ ଜଜ ଆଶିଷ କୁମାର ତ୍ରିପାଠୀ, ଓକିଲ ସଂଘ ସଭାପତି ମଙ୍ଗଳମୂର୍ତି ବେଉରିଆ, ଓକିଲ ଭି.ଏସ.ରାଜୁ, ମହେଶ୍ୱର ମହାପାତ୍ର, ରାମପ୍ରସାଦ ପାତ୍ର, ବିରଜା ପ୍ରସାଦ ପାତ୍ର, ଶୁଭ୍ରା ପଣ୍ଡା, ଡି.କୁମାର ସ୍ୱାମୀ, ପଦ୍ମନାଭ ଦାସ,ସଚ୍ଚିଦାନନ୍ଦ ଖାଡଙ୍ଗା, ଅରୁଣ ଲେଙ୍କାଙ୍କ ସମେତ ଅନ୍ୟ ଓକିଲମାନେ ଉପସ୍ଥିତ ରହି ସ୍ୱର୍ଗତଃ ଦାସଙ୍କ ସ୍ମୃତି ଚାରଣ କରିଥିଲେ ।

Udyog Nursery
Udyogi Nursery


ସୋମବାର ସଂଧ୍ୟାରେ କୋର୍ଟ ସମ୍ମୁଖ ମୁଖ୍ୟ ଫାଟକ ନିକଟରେ ଓକିଲମାନେ ଉପସ୍ଥିତ ରହି ସ୍ୱର୍ଗତଃ ଓକିଲ ଶ୍ରୀ ଦାସଙ୍କ ପରିବାରଙ୍କୁ ସମବେଦନା ଜଣାଇବା ସହ କ୍ୟାଣ୍ଡଲ ଜାଳି ଅଶ୍ରୁଳ ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ । ଏଥିରେ ସ୍ଥାୟୀ ଲୋକ ଅଦାଲତର ସଦସ୍ୟ ଡଃ. ଦୁଷ୍ମନ୍ତ କୁମାର ମହାନ୍ତି ଓ ସଲଭା ରାଜୁ ପ୍ରମୁଖ ଉପସ୍ଥିତ ରହିଥିଲେ ।


ସେହିପରି ସୋମବାର ଦିନକ ପାଇଁ ସମସ୍ତ ଓକିଲ କାର୍ଯ୍ୟବନ୍ଦ କରିଥିବା ବେଳେ ଆଗାମୀ ୧୭ତାରିଖ ପର୍ଯ୍ୟନ୍ତ ଅତି ଜରୁରୀ ସ୍ଥଳେ ଓକିଲମାନେ କୋର୍ଟକୁ ଆସିବାକୁ ସଂଘ ସଭାପତି ଶ୍ରୀ ନାୟକ, ସଂପାଦକ ଶ୍ରୀ ବେଉରିଆ ଅନୁରୋଧ କରିଛନ୍ତି ବୋଲି ଓକିଲ ଲାବଣ୍ୟମୋହନ ପଟ୍ଟନାୟକ ଜଣାଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.