ଶ୍ରୀରାମ ମନ୍ଦିର ଜନ୍ମଭୂମି ତିର୍ଥ କ୍ଷେତ୍ର ପାଇଁ ପଦ୍ମଶ୍ରୀ ହଳଧର ନାଗଙ୍କ ଠାରୁ ନିଧି ସଂଗ୍ରହ କଲେ ହିରୋ ମହଲା

କଳାହାଣ୍ଡି, (ନିରଞ୍ଜନ ଗଉଡ): ଅଯୋଧ୍ୟା ଠାରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ମନ୍ଦିର ନିର୍ମାଣ ପାଇଁ ‘ଶ୍ରୀରାମ ମନ୍ଦିର ଜନ୍ମଭୂମି ତିର୍ଥ କ୍ଷେତ୍ର’କୁ ଆକୁଣ୍ଠ ଚିତ୍ତରେ ଆର୍ଥିକ ସହଯୋଗ କରୁଛନ୍ତି ଦେଶବାସୀ। ଶ୍ରଦ୍ଧାଳୁ ଓ ରାମଭକ୍ତଙ୍କ ଠାରୁ ସଂଗୃହିତ ହେଉଥିବା ଏହି ଅର୍ଥରାଶିରେ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ହେବ। ଏହି ମହାନ କାର୍ଯ୍ୟ ପାଇଁ ନିଧି ସଂଗ୍ରହ ଅଭିଯାନରେ ସାମିଲ ହୋଇଛନ୍ତି ବିଜେପି କାର୍ଯ୍ୟକର୍ତ୍ତା। ସେହି କ୍ରମରେ କଳାହାଣ୍ଡି ଜିଲ୍ଲାର ବିଜେପି ନେତୃବୃନ୍ଦ, କାର୍ଯ୍ୟକର୍ତ୍ତା ଏବଂ କର୍ମୀମାନେ ମଧ୍ୟ ନିଧି ସଂଗ୍ରହ କରି ଶ୍ରୀରାମ ମନ୍ଦିର ଜନ୍ମଭୂମି ତିର୍ଥ କ୍ଷେତ୍ରକୁ ପଠାଉଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କଳାହାଣ୍ଡି ଜିଲ୍ଲାର ଅନେକ ବିଜେପି କାର୍ଯ୍ୟକର୍ତ୍ତା ନିଧି ସଂଗ୍ରହ କରୁଥିବାବେଳେ ଦଳର ଏକ ନିଷ୍ଠାପର କର୍ମୀ ଭାବେ କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ହିରୋ ମହଲା ମଧ୍ୟ ଏଥିରେ ନିଜକୁ ସଂପୃକ୍ତ କରିଛନ୍ତି। ସେ ଗାଁ ଗାଁ ବୁଲି ସାଧାରଣ ଜନତାଙ୍କ ସହଯୋଗ ଭିକ୍ଷା କରୁଛନ୍ତି।

Udyog Nursery
Udyogi Nursery

ମଙ୍ଗଳବାର ନର୍ଲା ବ୍ଲକ ବେହେରାପାଟି ସ୍ଥିତ ସମର୍ପଣ କ୍ଷେତ୍ରରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ କାର୍ଯ୍ୟାରମ୍ଭ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରଖ୍ୟାତ ଲୋକକବି ପଦ୍ମଶ୍ରୀ ହଳଧର ନାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଭଗବାନ ଶ୍ରୀକୃଷ୍ଣ ଓ ଶ୍ରୀରାମ ଏକ ଓ ଭିନ୍ନ ଭିନ୍ନ ଅବତାର ବୋଲି ପଦ୍ମଶ୍ରୀ ହଳଧର ନାଗ ତାଙ୍କ ରଚନା ମାଧ୍ୟମରେ ବର୍ଣ୍ଣନା କରିଥାନ୍ତି। ସେ କୃଷ୍ଣ ଚେତନାର ଏକ ବିଶିଷ୍ଟ ବ୍ୟକ୍ତି ହୋଇଥିବାବେଳେ ତାଙ୍କୁ ଏହି ଅବସରରେ ସାକ୍ଷାତ କରିଥିଲେ ବିଜେପି ନେତା ହିରୋ ମହଲା।

ଅଯୋଧ୍ୟା ଠାରେ ଭଗବାନ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ହେବାକୁ ଯାଉଥିବାରୁ ପଦ୍ମଶ୍ରୀ ହଳଧର ନାଗ ବିଶେଷ ଖୁସି ବ୍ୟକ୍ତ କରିଛନ୍ତି। ଶ୍ରୀଯୁକ୍ତ ମହଲା ପଦ୍ମଶ୍ରୀ ହଳଧର ନାଗଙ୍କ ଠାରୁ ଶ୍ରୀରାମ ମନ୍ଦିର ଜନ୍ମଭୂମି ତିର୍ଥ କ୍ଷେତ୍ର ପାଇଁ ନିଧି ଭିକ୍ଷା କରିଥିଲେ ଏବଂ ଲୋକକବି ଆନନ୍ଦର ସହ ହିରୋ ମହଲାଙ୍କୁ ନିଧି ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.