ଏ.ଏ.ଓ ଙ୍କ ପୋଷ୍ଟିଙ୍ଗ ରିଷିଡା କିନ୍ତୁ ବସୁଛନ୍ତି କର୍ଲାମୁଣ୍ଡା ଅଫିସରେ

କଳାହାଣ୍ଡି, (ନରୋତ୍ତମ ସେଲମା): କୃଷକ ମାନଙ୍କ ବିବଧ ସମସ୍ୟାର ନିରାକରଣ ତଥା ସୁପରାମର୍ଶ ଦେବା ପାଇଁ ରାଜ୍ୟ ସରକାର ବହୁ ଦିନ ଆଗରୁ ରାଜ୍ୟର ବିଭିନ୍ନ ସ୍ଥାନରେ ସହକାରୀ କୃଷି ଅଧିକାରୀ (ଏ.ଏ.ଓ)ଙ୍କୁ ନିଯୁକ୍ତି ଦେଇଛନ୍ତି। ସେଇପରି କର୍ଲାମୁଣ୍ଡା ବ୍ଳକର କର୍ଲମୁଣ୍ଡା ଓ ରିଷିଡା ଠାରେ ଦୁଇଟି ଏ.ଏ.ଓ ପଦବୀ ରହିଛି। କିଛି ବର୍ଷ ଆଗରୁ ରିଷିଡା ପାଇଁ ନିଯୁକ୍ତ ଏ.ଏ.ଓ ରିଷିଡା ସ୍ଥିତ କାର୍ଯ୍ୟାଳୟ ଠାରେ ରହୁଥିଲେ। କିନ୍ତୁ ଗତ କିଛି ବର୍ଷ ହେଲା ଏଠାରେ ନା ରହୁଛନ୍ତି ସହକାରୀ କୃଷି ଅଧିକାରୀ ନା ଓଭରସିଅର ନା ଭି.ଏ.ଡବଲ୍ୟୁ। ଏଇ ରିଷିଡା ପାଇଁ ନିଯୁକ୍ତ ଏ.ଏ.ଓ. କର୍ଲାମୁଣ୍ଡା ସ୍ଥିତ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ କାର୍ଯ୍ୟାଳୟ କରି ରହୁଛନ୍ତି। ଫଳରେ ସ୍ଥାନୀୟ ଚାଷୀ ହଇରାଣ ହେଉଛନ୍ତି। ବାରମ୍ବାର ଜିଲ୍ଲାପାଳଙ୍କୁ ଜଣାଇଲେ ମଧ୍ୟ ଏହାର ପଦକ୍ଷେପ ନିଆଯାଉନାହିଁ। ରିଷିଡା ଠାରେ କୃଷି ବିଭାଗର ସ୍ଥାନ ଥିଲେ ମଧ୍ୟ ଏଠାରେ ଅଧିକାରୀ ରହୁନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଏଥିପ୍ରତି ଜିଲ୍ଲା କୃଷି ଅଧିକାରୀ ଓ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବୀ ହେଉଛି। ରିଷିଡା ଠାରେ ଏ.ଏ.ଓ. ସ୍ଥାୟୀ ଭାବେ ରହିବାର ବ୍ୟବସ୍ଥା କରାନଗଲେ ଆନ୍ଦୋଳନାତ୍ମକ ପଦକ୍ଷେପ ନିଆଯିବ ବୋଲି ଗ୍ରାମ ଉନ୍ନୟନ କମିଟି ସଭାପତି ପ୍ରେମାନନ୍ଦ ପାତ୍ର ଚେତାବନୀ ଦେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.