ଶିବରାତ୍ରିରେ ମହାଦେବଙ୍କୁ ପ୍ରସନ୍ନ କରିବା ପାଇଁ ରାଶି ଅନୁଯାୟୀ କରନ୍ତୁ ଏହି ସରଳ ଉପାସନା

ଶିବଙ୍କ ବ୍ରତ ପୂଜା ଆଦି କରିବା ଦ୍ୱାରା ମନୋସ୍କାମନା ପୂରଣ ହୋଇଥାଏ ବୋଲି ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି। ଶ୍ରଦ୍ଧା ଏବଂ ଭକ୍ତିର ସହ ଶିବଙ୍କ ପୂଜା କରିବା ଅଶ୍ୱମେଧ ଯଜ୍ଞ ସହ ସମାନ। ଶିବରାତ୍ରି ଦିନ କ’ଣ ଉପାୟ କରିଲେ ଆପଣଙ୍କ ମନୋସ୍କାମନା ପୂର୍ଣ୍ଣ ହେବ ସେ ବିଷୟରେ ମାର୍ଗଦର୍ଶନ କରାଇଛନ୍ତି ଜ୍ୟୋତିର୍ବିଦ ଜଗନ୍ନାଥ ଆଚାର୍ଯ୍ୟ

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଶିବଙ୍କୁ କ୍ଷୀର, ଜଳ ଏବଂ ଚାଉଳରେ ଅଭିଷେକ କରିବେ। ଶିବ ଚାଳିଶା ପାଠ କରିବେ। ଶିବରାତ୍ରିରେ ଭଗବାନ ଶିବଙ୍କୁ ଧଳା ଫୁଲ ଅର୍ପଣ କରିବେ। ବେଲପତ୍ର, ଧୂଧୂରା ଫୁଲ, ଚେମେଲୀ ତେଲ, ଏବଂ ପାନ ଅର୍ପଣ କରିବେ। ମହାଦେବ ଆପଣଙ୍କ ମନୋସ୍କାମନା ନିଶ୍ଚୟ ପୂରଣ କରିବେ।

Udyog Nursery
Udyogi Nursery

ରାଶି ଅନୁସାରେ କରନ୍ତୁ ଶିବଙ୍କ ପୂଜା

ମେଷ – ଶିବଲିଙ୍ଗରେ ଜଳ, ବେଲପତ୍ର ଅର୍ପଣ କରିବେ। ଓଁ ଗଙ୍ଗାଧରାୟେ ନମଃ ମନ୍ତ୍ର ଜପ କରିବେ।

ବୃଷ – ଜଳରେ କ୍ଷୀର ଏବଂ ଚାଉଳ ମିଶାଇ ଶିବଲିଙ୍ଗକୁ ଅଭିଷେକ କରିବେ। ଓଁ ସୋମନାଥାୟ ନମଃ ମନ୍ତ୍ର ଜପ କରିବେ।

ମିଥୁନ – ଜଳରେ ଅଗୁରୁ ଓ ଚନ୍ଦନ ମିଶାଇ ଶିବଲିଙ୍ଗରେ ଅଭିଷେକ କରିବେ। ଓଁ ନାଗେଶ୍ବରାୟ ନମଃ ମନ୍ତ୍ର ଜପ କରିବେ।

କର୍କଟ – ଜଳରେ ଶର୍କରା ମିଶାଇ ଶିବଲିଙ୍ଗରେ ଅଭିଷେକ କରିବେ। ଓଁ ରାମେଶ୍ବରାୟ ନମଃ ମନ୍ତ୍ର ଜପ କରିବେ।

ସିଂହ – ଜଳରେ ଅଙ୍ଗୁର ରସ ମିଶାଇ ଶିବଲିଙ୍ଗରେ ଅଭିଷେକ କରିବେ। ଓଁ ନନ୍ଦେଶ୍ୱରାୟ ନମଃ ମନ୍ତ୍ର ଜପ କରିବେ।

କନ୍ୟା – ଜଳରେ ଧୁଧୁରା, ବେଲପତ୍ର ମିଶାଇ ଶିବଲିଙ୍ଗରେ ଅଭିଷେକ କରିବେ। ଓଁ ଓଁକାରୟେ ନମଃ ମନ୍ତ୍ର ଜପ କରିବେ।

ତୁଳା – ଜଳରେ ଦହି ଏବଂ ଧୁଧୁରା ଫୁଲ ମିଶାଇ ଶିବଲିଙ୍ଗରେ ଅଭିଷେକ କରିବେ। ଓଁ ହର ହର ମହାଦେବାୟ ନମଃ ମନ୍ତ୍ର ଜପ କରିବେ।

ବିଛା – ଜଳ ସହ ମହୁ ମିଶାଇ ଶିବଲିଙ୍ଗରେ ଅଭିଷେକ କରିବେ। ଓଁ ନମୋ ଭଗବତେ ରୁଦ୍ରାୟ ମନ୍ତ୍ର ଜପ କରିବେ।

ଧନୁ – ଜଳରେ କ୍ଷୀର ଏବଂ ଡାଳିମ୍ବ ରସ ମିଶାଇ ଅଭିଷେକ କରିବେ। ଓଁ ପାର୍ବତୀପତିୟେ ନମଃ ମନ୍ତ୍ର ଜପ କରିବେ।

ମକର – ଜଳରେ କଳା ରାଶି ମିଶାଇ ଶିବଲିଙ୍ଗରେ ଅଭିଷେକ କରିବେ। ଓଁ ଓଁକାରୟେ ନମଃ ମନ୍ତ୍ର ଜପ କରିବେ।

କୁମ୍ଭ – ଜଳରେ ଘିଅ ମିଶାଇ ଶିବଲିଙ୍ଗରେ ଅଭିଷେକ କରିବେ। ଓଁ ନମଃ ଶିବାୟ ମନ୍ତ୍ର ଜପ କରିବେ।

ମୀନ – ଜଳରେ କଦଳୀ ରସ ଏବଂ ବେଲପତ୍ର ମିଶାଇ ଅଭିଷେକ କରିବେ। ଓଁ କୈଳାସପତୟେ ନମଃ ମନ୍ତ୍ର ଜପ କରିବେ।

✒️ଜ୍ୟୋତିର୍ବିଦ ଜଗନ୍ନାଥ ଆଚାର୍ଯ୍ୟ
ମୋ: ୭୩୭୭୫୯୩୬୩୧

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.