ରାୟଗଡ ଜିଲ୍ଳାସ୍ତରୀୟ ସିଆରସିସି ସଂଘ ଗଠିତ

ରାମନାଗୁଡା ଠାରେ ସିଆରସିସିଙ୍କ ଜିଲ୍ଲାସ୍ତରୀୟ ସମାବେଶ

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳାର ୧୧ଟି ବ୍ଳକର ସମସ୍ତ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ (ସିଆରସିସି)ଙ୍କୁ ନେଇ ଏକ ସଂଘ ଗଠିତ ହୋଇଯାଇଛି । ରାମନାଗୁଡା ସ୍ଥିତ କଲ୍ୟାଣମଣ୍ଡପରେ ସମସ୍ତ ବ୍ଳକର ସିଆରସିସିମାନେ ମିଳିତ ହୋଇ ଏକ ନୂତନ ପଦକ୍ଷେପ ନେଇଛନ୍ତି । ଶିକ୍ଷା ବିଭାଗର ତୃଣମୂଳ ସ୍ତରରେ ଏହି କର୍ମଚାରୀମାନେ ବିଭାଗ ଓ ବିଦ୍ୟାଳୟ ମଧ୍ୟରେ ଏକ ସେତୁ ଭଳି କାର୍ଯ୍ୟ କରୁଛନ୍ତି । ଅନେକ କ୍ଷେତ୍ରରେ ଏହି କର୍ମଚାରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ମଧ୍ୟ ହେଉଛନ୍ତି । ତେଣୁ ସର୍ବଶ୍ରୀ ଅଶ୍ୱିନୀ ତ୍ରିପାଠୀ, ରମେଶ ଚନ୍ଦ୍ର ମିଶ୍ର,ସଂଜୀବ ପଟ୍ଟନାୟକ, ଭୈରବ ପ୍ରସାଦ ରଥଙ୍କ ମିିଳିତ ଉଦ୍ୟମରେ ଏହି ବୈଠକଟି ଆୟୋଜିତ ହୋଇଥିଲା ।

Omkar Vasthu
Omkar Vasthu


ସିଆରସିସିମାନେ ଶିକ୍ଷାର ଉନ୍ନତି ପାଇଁ ଶିଷ୍ଠାପର ସହିତ ଉଦ୍ୟମ କରିବା ପାଇଁ ବୈଠକରେ ଆହ୍ୱାନ ଦିଆଯାଇଥିଲା । ଏହି ଅବସରରେ ସିଆରସିସିମାନେ ନିଜ ନିଜ ବ୍ଳକର ସମସ୍ୟାଗୁଡିକ ଉପସ୍ଥାପନା କରିଥିଲେ । ଏହାର ସମାଧାନ କିପରି କରାଯାଇ ପାରିବ ସେ ବିଷୟରେ ମଧ୍ୟ ବିଶଦ ଆଲୋଚନା ହୋଇଥିଲା । ବୈଠକରେ ଦ୍ୱିତୀୟ ଅଧିବେଶସନରେ ସଂଘର ସୁପରିଚାଳନା ପାଇଁ ଏକ କମିଟି ଗଠନ କରାଯାଇଥିଲା । ଏଥିରେ ସର୍ବସମ୍ମତି କ୍ରମେ ସଭାପତି ଭାବେ ଅକ୍ଷୟ କୁମାର ରଥ ମନୋନୀତ ହୋଇଥିବା ବେଳେ ଉପସଭାପତି ଭାବେ ପ୍ରଦୀପ ନାୟକ, ରାଜେଶ ବିଶ୍ୱାଳ, ମାଣ୍ଡାଙ୍ଗି ତାଉଡୁ, ସଂପାଦକ ଭାବେ ଦେବବତ୍ର ଦୋରା, ସହ ସଂପାଦକ ଭାବେ ଅରୁଣ ନାୟକ, ହରିଦାସ ବାତ୍ରା, ସୁନୀତା ପଣ୍ଡା, କାର୍ଯ୍ୟକାରୀ ସଭାପତି ତଥା ରାଜ୍ୟ ସଂଯୋଜକ ଭାବେ ସଂଜୀବ ପଟ୍ଟନାୟକ, ମିଡିଆ ସେଲ ମୁଖ୍ୟ ଭାବେ ପ୍ରଦୀପ କୁମାର ତ୍ରିପାଠୀ ଓ କୋଷାଧ୍ୟକ୍ଷ ଭାବେ ପ୍ରଶାନ୍ତୁ ସାହୁ ମନୋନୀତ ହୋଇଥିଲେ ।

Pearl dental clinic
Near Ashish Medical Store, Bhawanipatna


ସମଗ୍ର ଜିଲ୍ଳାକୁ ୩ଟି ଜୋନରେ ଭାଗ କରାଯାଇଥିଲା । ଗୁଣପୁର ଜୋନରେ ଗୁଣପୁର, ପଦ୍ମପୁର, ଗୁଡାରୀ ଓ ରାମନାଗୁଡା ସାମିଲ ହୋଇଥିବା ବେଳେ ରାୟଗଡ ଜୋନରେ ରାୟଗଡ, କାଶିପୁର, କଳ୍ୟାଣସିଂହପୁର ଓ କୋଲନରା ବ୍ଳକ ରହିଛି ଏବଂ ବିଷମକଟକ ଜୋନରେ ବିଷମକଟକ, ମୁନିଗୁଡା ଓ ଚନ୍ଦ୍ରପୁର ବ୍ଳକକୁ ସ୍ଥାନୀତ କରାଯାଇଥିଲା । ସଂଘର ଆଗାମୀ ବୈଠକ ୨ମାସ ପରେ ରାୟଗଡ ଜୋନରେ ଅନୁଷ୍ଠିତ ହେବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.