ମରୁଡିଜନିତ ବୀମାରାଶି ପାଇବାରୁ ବହୁ ଯୋଗ୍ୟ ଚାଷୀ ବଞ୍ଚିତ

କଳାହାଣ୍ଡି: ଗତ ୨୦୨୦ ଖରିଫ ଧାନ ଚାଷ ବର୍ଷାଭାବ ହେତୁ ଅନେକ ଅଂଚଳ କ୍ଷତିଗ୍ରସ୍ତ ହୋଇଥିଲା । ଶେଷ ସମୟରେ ଜଳାଭାବ ହେତୁ ଉତେଇ କେନାଲର ଟେଲ ଏରିଆରେ ଥିବା ଗାଁ ଗୁଡିକୁ କେନାଲ ପାଣି ପହଂଚି ନ ପାରିବାରୁ ଧାନ ଅମଳ ପ୍ରଭାବିତ ହୋଇଥିଲା । ସଂପ୍ରତି ମରୁଡି ପ୍ରଭାବିତ ଚାଷୀମାନଙ୍କ ଆକାଉଂଟକୁ ବୀମା ସହାୟତା ରାଶି ପଠାଯାଉଛି । କିନ୍ତୁ ଦୁଃଭାର୍ଗ୍ୟର କଥା ଅନେକ ଅଂଚଳ ଏଥିରୁ ବାଦ ପଡିଥିବାରୁ ବହୁ ଯୋଗ୍ୟ ଚାଷୀ ସହାୟତା ପାଇବାରୁ ବଂଚିତ ରହିଛନ୍ତି । ତେବେ ଏଇ ବ୍ଳକର କେଉଁ କେଉଁ ପଂଚାୟତ ମରୁଡିଜନିତ ବୀମାରାଶି ପାଇବାକୁ ଅଛି, ସେ ନେଇ ସ୍ପଷ୍ଟ ଚିତ୍ର ମିଳିପାରି ନାହିଁ । ଏ ନେଇ ଆମେ କୃଷି ଓ ରାଜସ୍ୱ ବିଭାଗ ସହ ଯୋଗାଯୋଗ କରିଥିଲେ ମଧ୍ୟ ସେମାନଙ୍କ ପାଖରେ ତଥ୍ୟ ନ ଥିବା କହିଛନ୍ତି । କିନ୍ତୁ ବେସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାଇ କର୍ଲମୁଣ୍ଡା ବ୍ଳକର ରିଂଜା, ସରଗୁଲ ମାଲପଡା, ଯୋରାଡବରା, ସାପଲହରା ଓ ତେରେସିଂହା ପଂଚାୟତ ଏଇ ତାଲିକାରେ ରହିଛି । ତେବେ କ୍ଷତିଗ୍ରସ୍ତର ସମ୍ମୁଖୀନ ହୋଇଥିବା ଟେଲ ଏରିଆ ତଥା ସର୍ବଦା ମରୁଡି ପ୍ରପୀଡିତ ପୌରକେଲା ପଂଚାୟତ ବାଦ ପଡିଥିବା ଚର୍ଚ୍ଚା ହେଉଛି । ସେଇପରି ରିଷିଡା ପଂଚାୟତର କିଛି ଅଂଚଳ ଓ ଗଜବାହାଲ ପଂଚାୟତ ର କିଛି ଅଂଚଳ ମଧ୍ୟ ମରୁଡି ଦ୍ୱାରା ପ୍ରଭାବିତ ହୋଇଥିଲେ ମଧ୍ୟ ସହାୟତା ରାଶି ପାଇବାରୁ ବଂଚିତ ରହିଛି । ଫଳରେ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ବୀମା ସହାୟତା ରାଶି ମାତ୍ର ୪ଟଙ୍କା ୭୯ପଇସା !

ଅନ୍ୟପକ୍ଷରେ ବୀମା ରାଶିକୁ ନେଇ ମଧ୍ୟ ଚାଚଂଳ୍ୟକର ତଥ୍ୟ ମିଳିଛି । ରିଂଜା ର ଜଣେ ଚାଷୀ ଙ୍କ ଆକାଉଂଟ କୁ ବୀମାରାଶି ସହାୟତା ବାବଦରେ ମାତ୍ର ୪ଟଙ୍କା ୭୯ପଇସା ଆସିଥିବା ଜଣାଯାଇଛି । ଏହା ଚାଷୀ ଙ୍କ ପାଇଁ ଉପହାସ ନୁହେଁ ତ ବୋଲି ଚର୍ଚ୍ଚା ହେଉଛି । ସେଇପରି କ୍ରପ୍ଟକଟିଂ କିପରି କରାଯାଇ ମରୁଡି କ୍ଷତିଗ୍ରସ୍ତ ତାଲିକା କରାଯାଇଛି, ତାହା ନେଇ ସାଧାରଣରେ ପ୍ରଶ୍ନ ଉଠୁଛି ।

କର୍ଲାମୁଣ୍ଡା ବ୍ଳକର ପୌରକେଲା ପଂଚାୟତର ପୌରକେଲା, କୁନ୍ଦେଇପାଲି, ତେରେକେଲା, ଶିରାବାହାଲ, ବୁଢୀପଦର, ଖରଝୁରା, ରିଷିଡା ପଂଚାୟତର ରିଷିଡା କୁମ୍ଭାରପଡା, ରିଷିଡା କନ୍ଧପଡା, ଗଜବାହାଲ ପଂଚାୟତର କଅଁସିଲ,ପରମାନନ୍ଦପୁର, ଧଅଁରାଖମନ, ଟେଟେଙ୍ଗପଦର ଆଦି ଗ୍ରାମରେ ଗତ ଖରିଫ ଚାଷ ପ୍ରଭାବିତ ହୋଇଥିଲା । ତେବେ ଏମାନେ ବୀମା ସହାୟତା ପାଇନଥିବାରୁ ଅସନ୍ତୋଷ ସୃଷ୍ଟି ହୋଇଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ କର୍ଲାମୁୂଣ୍ଡା ବ୍ଳକ କୃଷକ କଲ୍ୟାଣ ମଂଚ ସହସହପାଦକ ମଧୁସୂଦନ ବାଗ ଦାବୀ ଜଣାଇଛନ୍ତି ।

କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.