‘ସଂସ୍କୃତି ସଂପନ୍ନ ଡମ୍ ଜାତିର ବଦନାମକୁ ଆଦୌ ବରଦାସ୍ତ କରାଯିବ ନାହିଁ’

ଜାତିଗତ ଆକ୍ଷେପକୁ ନେଇ ୩ଟି ଥାନା ଓ ଗୋଟିଏ ଫାଣ୍ଡିରେ ଏତଲା

ଲାଞ୍ଜିଗଡ଼: ରାପ୍ ଗାୟକ ଡୁଲେଶ୍ବର ତାଣ୍ଡି ଓରଫ୍ ଡୁଲେ ରକରଙ୍କ ଏକ ଅଶ୍ଳୀଳ ଗୀତକୁ ନେଇ କଳାହାଣ୍ଡିରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଡୁଲେଙ୍କ ଅଶ୍ଲିଳ ରାପ୍ ଗୀତକୁ ନେଇ ଅନେକ ଲୋକ ତାଙ୍କୁ ତିବ୍ର ବିରୋଧ କରିବାସହ ସମାଲୋଚନା କରିଛନ୍ତି। ତେବେ ସୋସିଆଲ ମିଡିଆରେ ୧୦ରୁ ଅଧିକ ବ୍ୟକ୍ତି ଜାତିଗତ ଆକ୍ଷେପ କରିଥିଲେ। ଏହା ଏକ ସ୍ୱତନ୍ତ୍ର ଜାତିର ସମ୍ମାନ ଓ ସ୍ୱାଭିମାନ ଉପରେ ଆଘାତ ଲାଗିବା ସହ ମାନହାନି ହୋଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସାରା ଜିଲ୍ଲାରେ ବିରୋଧର ସ୍ବର ଉଠିଛି।

ଡୋଲେଶ୍ବର ସିନା ଦୋଷୀ ତା’ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ତେବେ ସଂସ୍କୃତି ଓ ଐତିହ୍ୟ ସଂପନ୍ନ ଡମ୍ ଜାତିକୁ ବଦନାମ କରିବାକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ ସଂଗଠନର କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି।

ଜାତିଗତ ଆକ୍ଷେପକୁ ନେଇ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ ଲାଞ୍ଜିଗଡ଼ ବ୍ଲକ ଶାଖାର ଏକ ପ୍ରତିନିଧି ଦଳ ଏକାଦିକ୍ରମେ ଲାଞ୍ଜିଗଡ଼ ବ୍ଲକର ତିନୋଟି ଥାନା ଓ ଗୋଟିଏ ଫାଣ୍ଡିରେ ଏତଲା ଦାୟର କରିଛନ୍ତି। ସଂଗଠନର ଲାଞ୍ଜିଗଡ଼ ବ୍ଲକ ଶାଖା ସଭାପତି ଜଗଦୀଶ ବେନିଆଁଙ୍କ ନେତୃତ୍ବରେ ସୋମବାର ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ୍ କଳାହାଣ୍ଡିର ସଭାପତି ଧନଞ୍ଜୟ ଦୀପ, ଜିଲ୍ଲା ସଂପାଦକ ଶ୍ରୀବତ୍ସ ତାଣ୍ଡି, ଯୁବ ସମାଜସେବୀ ସୁଶୀଲ କୁମାର ବାଗ, ଗୋପାଳଦାସ ମହାନନ୍ଦ, ବିବତ୍ସ ନିଆଲ, ପୁରୁଷୋତ୍ତମ ପାଣି ପ୍ରମୁଖ ଲାଞ୍ଜିଗଡ଼ ଥାନାଧିକାରୀ ଓ ବିଜେପୁର ଥାନା ଇନଚାର୍ଜ୍ ସତ୍ୟାନନ୍ଦ ପାତ୍ର, ବିଶ୍ବନାଥପୁର ଥାନା ସେକେଣ୍ଡ ଅଫିସର ଯୁଧିଷ୍ଟିର ଗରଡ଼ିଆ, ସିକେରକୁପା ଫାଣ୍ଡି ଅଧିକାରୀ ସୁବାସ ଚନ୍ଦ୍ର ଗୁରୁଙ୍କୁ ସାକ୍ଷାତ କରି ଲିଖିତ ଏତଲା ଦେଇଛନ୍ତି।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.