ଚହଗାଁରେ ଟିମ୍ ଜୈ ଭବାନୀ ପକ୍ଷରୁ କରୋନା ସଚେତନତା ଓ ମାସ୍କ ବଣ୍ଟନ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ରାଜ୍ୟ ସଭା ସାଂସଦ ସୁଜିତ କୁମାର ଏବଂ ଦଳର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଆଜି ରାଜ୍ୟ ପରିଷଦ ସଦସ୍ୟ ବିଜୁ ଜନତା ଦଳ ଭବାନୀ ଶଙ୍କର ନିଆଲଙ୍କ ଆହ୍ୱାନ ଏବଂ ସହଯୋଗରେ ଟିମ ଜୈ ଭବାନୀ ତରଫରୁ ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଚହଗାଁ ଗ୍ରାମ ପଞ୍ଚାୟତରେ ମାସ୍କ ବଣ୍ଟନ ଓ କରୋନା ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଛି। 

ଏହି ଅବସରରେ ସରକାରଙ୍କ କୋଭିଡ ନିୟମ ଅନୁସରଣ କରିବାକୁ ଜନ ସାଧାରଣଙ୍କୁ ନିବେଦନ କରାଯାଇଥିଲା। କାର୍ଯ୍ୟକ୍ରମରେ ଜୈ ଭବାନୀ ଟିମର ସଂଯୋଜକ ଖୁସିରାମ ସାହୁ ସମେତ ଭୋଜରାଜ ବାଗ, ଗଣେଶ୍ୱର ନାଗ, ଗୋକୁଳ ମାଝୀ, ସୁମନ୍ତ ସାହୁ, ମିଥୁନ ସାହୁ, ରାଜୁ ବାଗ, ପୌଲସ ହେର୍ଣ୍ଣା, ହେମନ୍ତ ନାଗ, ଭରତ ଯୁଆଡ, ପର୍ଶୁରାମ ଶବର, ନଟରାଜ ହେର୍ଣ୍ଣା, କ୍ଷୀରସିନ୍ଧୁ ଶବର, ଜିତେନ୍ଦ୍ର ଚିନାଗୁନ, ଗୋଲାପ ନାଗ ପ୍ରମୁଖ ସାମିଲ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.