ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ୟାସ’କୁ ଦୃଷ୍ଟିରେ ରଖି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର କର୍ତ୍ତୃପକ୍ଷ ମଙ୍ଗଳବାର ରାତି ୧୧ଟାରୁ ୨୭ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଭୁବନେଶ୍ୱର ବିମାନ ବନ୍ଦରରୁ ସମସ୍ତ ବିମାନ ସେବାକୁ ବାତିଲ କରିଥିଲେ। ତେବେ ବୁଧବାର ବାତ୍ୟା ‘ୟାସ’ ଝାଡ଼ଖଣ୍ଡ ଅତିକ୍ରମ କରୁଥିବାରୁ ବିମାନ ସେବାକୁ ପୁଣିଥରେ ସ୍ୱାଭାବିକ କରାଯାଇଛି।
ଟ୍ୱିଟ୍ ଯୋଗେ ଏହି ସୂଚନା ଦେଇ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଯେ, ଭୁବନେଶ୍ୱର ବିମାନ ବନ୍ଦରରୁ ବିମାନ ଚଳପ୍ରଚଳ ବନ୍ଦ ପାଇଁ ନିଆଯାଇଥିବା ନିଷ୍ପତ୍ତିକୁ ବୁଧବାର ପ୍ରତ୍ୟାହାର କରିନିଆଯାଇଛି। ବୁଧବାର ସନ୍ଧ୍ୟା ୭ଟାରୁ ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦରରୁ ବିମାନ ଚଳାଚଳ ସ୍ୱାଭାବିକ ହୋଇଛି।