ଲଡୁ ଗାଁ ଠାରେ ନୂତନ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଉଦଘାଟିତ

ଜୟପାଟଣା/କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଲଡୁ ଗାଁ ଠାରେ ନୂତନ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଯାଇଛି। ଲଡୁ ଗାଁ ସରପଞ୍ଚ କହ୍ନେଇ ଚରଣ ଦାସଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ ଉଦ୍ଘାଟନୀ ଉତ୍ସବରେ କୋକସରା ତହସିଲଦାର ମନୋଜ କୁମାର ପାଢ଼ୀ, ରାଜସ୍ୱ ସୁପର ଭାଇଜର କାର୍ତ୍ତିକସୁନା ଯୋଗଦାନ କରି ନୂତନ କର୍ଯାଳୟକୁ ଉଦ୍ଘାଟନ କରିଥିଲେ। ଲଡୁ ଗାଁ କୃଷକ ସଂଗଠନର ସମ୍ପାଦକ ପଙ୍କଜ ଚୋଧୁରୀ, ସମିତି ସଭ୍ୟ ସୁରଞ୍ଜନ ଦାସ, ସନ୍ତୋଷ ଦାସ, ସମାଜ ସେବୀ ଅଶୋକ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ। ଲଡୁ ଗାଁ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଅଧିନରେ ବରାଡଙ୍ଗ ଗ୍ରାମ ପଞ୍ଚାୟତ ଏବଂ ଲଡୁ ଗାଁ ଗ୍ରାମ ପଞ୍ଚାୟତର ରାଜସ୍ୱ ଗ୍ରାମ ରହିବ। ଏହି କାର୍ଯ୍ୟାଳୟ ଖୋଲିବା ଦ୍ବାରା ଦୁଇଟି ଗ୍ରାମ ପଞ୍ଚାୟତର ଜନ ସାଧାରଣ ଉପକୃତ ହେବେ। ବିଗତ ଦିନରେ ଏହି ଦୁଇ ପଞ୍ଚାୟତ ଉଚ୍ଛଲା ଏବଂ ଆମପାଣି ଅଧିନରେ ଥିଲା। ବହୁତ ଦିନର ଆଶା ପୁରଣ ହୋଇଥିବାରୁ ଜନ ସାଧାରଣଙ୍କ ମନରେ ଖୂସି ର ଲହରୀ ଖେଳିଯାଇଛି।

ଜୟପାଟଣା ପ୍ରତିନିଧି ଧନେଶ୍ଵର ପୁଞ୍ଜିଙ୍କ ସହ କୋକସରାରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.