କେନ୍ଦୁଘାଟି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଯୁବକ ମୃତ

କଳାହାଣ୍ଡି, (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ କେନ୍ଦୁଘାଟି ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହେଇଥିବା ଜଣାଯାଇଛି । ଗତକାଲି ରାତିରେ ଚନ୍ଦନପିଣ୍ଡା ଗ୍ରାମର ସୁରେଶ ମହାପାତ୍ର କେନ୍ଦୁଘାଟିଠାରୁ ନିଜ ଘରକୁ ଫେରୁଥିବାବେଳେ କେନ୍ଦୁଘାଟି ନିକଟରେ ଏହି ଦୁର୍ଘଟଣା ହେଇଥିବା ସୂଚନା ମିଳିଛି। ପରେ ଘର ଲୋକେ କୌଣସି ସୂତ୍ରରୁ ଖବର ପାଇ ଘଟଣାସ୍ଥଳକୁ ଯାଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପୋଲିସ ଶବ ଜବତ କରି ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଶବ ବ୍ୟବଚ୍ଛେଦ୍ଦ ପାଇଁ ପଠାଇ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାଯାଇଛି। ମ.ରାମପୁର ଥାନାର ଏଏସଆଇ କାହ୍ନୁଚରଣ ପଣ୍ଡା ଘଟଣାର ତଦନ୍ତ ଚଳାଇଥିବାବେଳେ ଏ ନେଇ କେସ ନଂ ୯୯/୨୦୨୧ରେ ଏକ ମାମଲା ରୁଜୁ ହେଇଥିବା ସୂଚନା ପ୍ରଦାନ କରିଛନ୍ତି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.