ନିର୍ମଳ ନାଏକଙ୍କ ପରଲୋକ

କଳାହାଣ୍ଡି: ନର୍ଲା ବ୍ଲକ ମାଣ୍ଡେଲ ପଞ୍ଚାୟତ ପୁଜିପଦର ଗ୍ରାମର ନିର୍ମଳ ନାଏକଙ୍କ ଅକାଳ ବିୟୋଗ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା। ଗୁରୁବାର ସକାଳେ ତାଙ୍କ ଦେହ ବିଗିଡ଼ି ଯିବାରୁ ତାଙ୍କୁ ଭବାନୀପାଟଣା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତାଙ୍କର ହିମୋଗ୍ଲୋବିନ ସ୍ତର କମ ଥିବାରୁ ଚିକିତ୍ସା ଚାଲିଥିଲା। ତେବେ ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ଏଲଆଇସି ଏଜେଣ୍ଟ ଭାବେ କାମ କରୁଥିବା ସ୍ବର୍ଗତ ନାଏକ ଜଣେ ଆମୟିକ ଓ ବନ୍ଧୁ ପ୍ରେମୀ ଲୋକ ଥିଲେ। ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ନିର୍ମଳ ନାଏକଙ୍କ ଆବର୍ତ୍ତମାନରେ ଅଞ୍ଚଳର ଅନେକ ବିଶିଷ୍ଟ ବ୍ୟକ୍ତି ଓ ଅନୁଷ୍ଠାନ ଗଭୀର ଶୋକ ପ୍ରକାଶ କରିବାସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

ନର୍ଲାରୁ ନିରଞ୍ଜନ ଗଉଡଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.