ବାପୁଜୀ କ୍ଲଷ୍ଟର ତରଫରୁ ବୈଦ୍ୟୁତିକ ବୈଠକ ଅନୁଷ୍ଠିତ

କଳାହାଣ୍ଡି: ଭବାନୀପାଟଣା ବାପୁଜୀ କ୍ଲଷ୍ଟର ତରଫରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଦ୍ୟୁତିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହାର ମୁଖ୍ୟ ଵିଷୟବସ୍ତୁ ମହାମାରୀ ସମୟରେ ଵିଦ୍ୟାଳୟ-ଶିକ୍ଷା-ଶିକ୍ଷାର୍ଥୀ-ଶିକ୍ଷକଙ୍କ କର୍ତ୍ତବ୍ୟ ସମ୍ବନ୍ଧରେ ଗଠନମୂଳକ ପଦକ୍ଷେପ ଓ ସଚେତନତା ସମ୍ବନ୍ଧରେ ଆଲୋଚନା, ଡିଆଇଇଟି-ସିଆରସିସି ସମ୍ବନ୍ଧ ସମ୍ପର୍କରେ ଆଲୋଚନା, ଶିକ୍ଷଣ ଫଳାଫଳର ଗୁରୁତ୍ୱ, ଜାତୀୟ ଶିକ୍ଷା ନୀତି-୨୦୨୦ର ଚୁମ୍ବକୀୟ ଆଲୋଚନା, ପ୍ରଶାସନିକ ଓ ପରିଚାଳନାଗତ ସୁବିଧା ପାଇଁ ମାର୍ଗଦର୍ଶନ, ଉଦବୋଧନ ଓ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇଥିଲା।

Omkar Vasthu
Omkar Vasthu

ଏହି କାର୍ଯ୍ୟକ୍ରମରେ ଭବାନୀପାଟଣା ବିଇଓ ଜଗନ୍ନାଥ ପୁରୋହିତ ମୁଖ୍ୟ ଅତିଥି, ଏବିଇଓ ସାରଙ୍ଗଧର ମୁଣ୍ଡ ବିଶିଷ୍ଟ ଅତିଥି,ଡିଆଇଇଟି କଳାହାଣ୍ଡିର ଶିକ୍ଷକ ପ୍ରଶିକ୍ଷକ ନୀହାରିକା ଦେବୀ, ସରକାରୀ ଟାଉନ୍ ହାଇସ୍କୁଲର ପ୍ରଧାନଶିକ୍ଷକ ସୁନନ୍ଦା ପଣ୍ଡା ଓ ସରକାରୀ ବ୍ରଜମୋହନ ହାଇସ୍କୁଲର ପ୍ରଧାନଶିକ୍ଷକ ଶରତ ପୁରୋହିତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

Pearl dental clinic
Near Ashish Medical Store, Bhawanipatna

ଆଲୋଚନାରେ ଲୀନା ଦାସ, ସୁରଭିବାଳା ଦେବୀ, ସୁବର୍ଣ୍ଣେଶ୍ୱରୀ ବେଦବାକ, ମାର୍ଲିନ୍ ସୁଧାଂଶୁମୟୀ ମହାନ୍ତି ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିବା ବେଳେ ସରୋଜିନୀ କୁମାର, ଅନୁପମା ମୁଦୁଲି, ଜ୍ୟୋତ୍ସ୍ନା ମିଶ୍ର ତଥା କ୍ଳଷ୍ଟରର ସମସ୍ତ ପ୍ରଧାନଶିକ୍ଷକ ତଥା ସହ ଶିକ୍ଷକ ଶିକ୍ଷୟିତ୍ରୀ ସମେତ ୫୩ ଜଣ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମର ସଂଯୋଜନା ଓ ପରିଚାଳନାରେ ଥିଲେ ଏହି କ୍ଳଷ୍ଟରର ସିଆରସିସି ମିନତୀ କୁମାରୀ ପ୍ରଧାନ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.