ଋାୟଗଡ ସହରରେ ୧୮ରୁ ୪୪ବର୍ଷିୟ ଟୀକାକରଣର ଶୁଭାରମ୍ଭ କଲେ ଜିଲ୍ଳାପାଳ

● ‘ପ୍ରଥମ ପର୍ଯ୍ୟାୟରେ ୬ହଜାର ଟୀକାକରଣର ସୁବିଧା ପାଇବେ ପଂଜୀକୃତ ଲୋକ’

ରାୟଗଡ, (ଶିବ ନାରାୟଣ ଗୈାଡ): ୧୮ରୁ ୪୪ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଟୀକାକରଣ ପାଇଁ ରାୟଗଡ ଜିଲ୍ଳା ପ୍ରଶାସନ ପକ୍ଷରୁ ଆଜି ପ୍ରଥମ ପର୍ଯ୍ୟାୟରେ ଜିଲ୍ଳା ସଦର ମହକୁମାର ୟୁଜିଏମଆଇଟି, ରାୟଗଡ ମହାବିଦ୍ୟାଳୟ, ଅଶୋକ କଲ୍ୟାଣ ମଣ୍ଡପ, ମହିଳା ମହାବିଦ୍ୟାଳୟ, ଦୀପ୍ତି କନଭେଂଟ ସ୍କୁଲ, ଜିସିଡି ଜିଲ୍ଳା ହାଇସ୍କୁଲ, ସେଂଚ୍ୟୁରିଆନ ପବ୍ଳିକ ସ୍କୁଲ, ଜିଆଇଏସିଆର, ଏନଭିଆର ଓ ବ୍ରାହ୍ମଣ ସାହି ସ୍କୁଲ ଆଦି ୧୦ଟି ସ୍ଥାନରେ ଟୀକାକରଣ କେନ୍ଦ୍ରସ୍ଥଳର ବ୍ୟବସ୍ଥା କରାଯାଇଛି ।


ରାୟଗଡ ଜିଲ୍ଳାପାଳ ସରୋଜ କୁମାର ମିଶ୍ର ସହରର ରିଙ୍ଗରୋଡ୍ ସ୍ଥିତ ୟୁଜିଏମଆଇଟି ଏବଂ ସ୍ଥାନୀୟ ଅଶୋକ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଟୀକାକରଣ କେନ୍ଦ୍ରକୁ ଗସ୍ତ କରି ଫିତା କାଟି ଏହାର ଶୁଭାରମ୍ଭ କରିବା ସହ କେନ୍ଦ୍ରସ୍ଥଳଗୁଡିକର ବ୍ୟବସ୍ଥାକୁ ତଦାରଖ କରିଥିଲେ । ଜିଲ୍ଳାକୁ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୬ହଜାର ଟୀକା ପ୍ରଦାନ କରାଯାଇଥିବା ବେଳେ ଆଜି ପ୍ରଥମ ଦିନରେ ଉପରୋକ୍ତ କେନ୍ଦ୍ରଗୁଡିକରେ ୨ଶହ ଜଣ ଉକ୍ତ ବର୍ଗର ପଂଜୀକୃତ ବ୍ୟକ୍ତିଙ୍କୁ ମିଶାଇ ମୋଟ ୨ହଜାରଟି ଟୀକାକରଣ କରାଯିବାର ବ୍ୟବସ୍ଥା କରାଯାଇଥିଲା ।


ସେହିପରି ଆଗାମୀ ଦୁଇ ଦିନ ଧରି ୨ହଜାର ଲେଖାଁଏ ପଂଜୀକୃତ ବ୍ୟକ୍ତିଙ୍କୁ ଟୀକାକରଣ କରାଯିବା ନେଇ ଜିଲ୍ଳାପାଳ ଶ୍ରୀ ମିଶ୍ର ସୂଚନା ପ୍ରଦାନ କରିଛନ୍ତି । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ପିଡି-ଡିଆରଡିଏ ମହେଶ୍ୱର ନାୟକ, ଉପଜିଲ୍ଳାପାଳ ପ୍ରତାପଚନ୍ଦ୍ର ପ୍ରଧାନ, ସିଡିଏମଓ ଡାକ୍ତର ଆର୍ତବନ୍ଧୁ ନାୟକ, ଡାକ୍ତର ଶ୍ରୀ ରଏ (ଏଡିଏମଓ (ଏଫଡବ୍ଳ୍ୟୁ), ଡିପିଏମ ରାଜେଶ୍ୱର ପଟ୍ଟନାୟକ,

ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ପୈାର ନିର୍ବାହୀ ଅଧିକାରୀ ୟାସିଦ ବିଲାଲ ଅହମ୍ମଦ, ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ରୋହିତ କୁଣ୍ଡୁ, ଅର୍ବାନ ହେଲଥ୍ ପ୍ରୋଗାମ୍ ଅଫିସର କିରଣ କୁମାର ପାତ୍ରଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.