ଗୁଣୁପୁର/ରାମନାଗୁଡା: ଗଳାକର୍କଟ ରୋଗରେ ଆକ୍ରାନ୍ତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ସୁଣ୍ଡିଢାମୁଣୀ ପଞ୍ଚାୟତର କରଡା ଗ୍ରାମର ଦୀନବନ୍ଧୁ କଣ୍ଡାଗରୀଙ୍କ ଝିଅ ରୁନି କଣ୍ଡାଗରୀ। ପାଠପଢିବା ବୟସରେ ଦାଉ ସାଧୁଛି ରୋଗ। ଭଲପାଠପଢି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୋକଙ୍କ ପାଇଁ ଆଗକୁ ଅନେକ ସ୍ବପ୍ନ ଦେଖିଥିଲେ ରୁନି। ଗଳାକର୍କଟ ରୋଗ ରୁନିଙ୍କ ସବୁ ସ୍ବପ୍ନକୁ ଏବେ ଛାରଖାର କରିଦେଇଛି। ମାଟ୍ରିକ ପାସ୍ କରିବା ପରେ +୨କଳାରେ କିସ୍(କଳିଙ୍ଗ ଇନଷ୍ଟିଚ୍ୟୁଟ ସୋସିଆଲ ସାଇନ୍ସ)ରେ ନାମ ଲେଖାଇଥିଲେ ରୁନି। ସେ ପ୍ରଥମେ ଅସୁସ୍ଥ ହେବାରୁ ରାମନାଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ ସ୍ବାସ୍ଥ୍ୟବସ୍ତାରେ ଅବନତି ଦେଖାଦେବା ପରେ ବ୍ରହ୍ମପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଗଳାରେ କର୍କଟ ରୋଗ ଲକ୍ଷଣ ଦେଖାଦେଇଥିଲା। ଏହାପରେ ରୁନିଙ୍କୁ ବିଶାଖାପାଟଣାର କେଜିଏଚ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।ରୁନିଙ୍କ ବାପା ଜଣେ ଦିନମଜୁରିଆ ତଥା ଗରୀବଶ୍ରେଣୀର ଲୋକ ହୋଇଥିବାରୁ ନିଜସ୍ୱ ଖର୍ଚ୍ଚରେ ଝିଅର ଚିକିତ୍ସା କରାଇଥିଲେ। ତେବେ ରୁନିଙ୍କୁ ଉଚ୍ଚ ଚିକିତ୍ସା ପାଇଁ ଅଧିକ ଅର୍ଥ ଆବଶ୍ୟକ ପଢୁଥିବାରୁ ବେଳେ ରୁନିଙ୍କ ବାପାଙ୍କ ନିକଟରେ ଅର୍ଥ ବାଧ୍ୟକ ସାଜିଛି। ଏବେ ରୁନିଙ୍କ ବାପାଙ୍କ ସରକାରୀ ସହାୟତାରେ ରହିଥିବା ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବୀମା କାର୍ଡ଼ ରହିଥିବା ବେଳେ ସେହି କାର୍ଡ଼ରେ ଏଠାରେ କାର୍ଯ୍ୟ କରିବନାହିଁ ଡାକ୍ତରଖାନାରେ ଜଣାପଡିବା ପରେ ଏବେ ଝିଅର ଚିକିତ୍ସା କପରି କରିବେ ତାକୁ ନେଇ ସେ ଭାଙ୍ଗି ପଡିଛନ୍ତି। ରୁନିଙ୍କ ବାପା ଜଣେ ନିମ୍ନ ମଧମଧରଣର ଚାଷୀ ତଥା ଗରୀବଶ୍ରେଣୀର ଲୋକ ହୋଇଥିବାରୁ ଏବେ ଝିଅ ଚିକିତ୍ସା ପାଇଁ ୨ଲକ୍ଷଟଙ୍କା ଆବଶ୍ୟକ ହେଉଥିବା ବେଳେ ଏତେ ଟଙ୍କା ସେକେଉଁଠୁ ଆଣିବେ ସେଥିପାଇଁ ସେ କୈଣସି ସହୃଦୟବ୍ୟକ୍ତିଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି। ଯଦି କୈଣସି ସହୃଦୟବ୍ୟକ୍ତି ସାହାଯ୍ୟ କରିବାକୁ ଚାହୁଁଥିଲେ ରୁନିଙ୍କ ଆକାଉଣ୍ଟ ନମ୍ବର – ୩୮୫୮୪୪୫୭୯୬୯, ଆଇଏଫସି କୋଡ଼ – SBIN0013628 ଓ ଫୋନ ପେ ନମ୍ବର ୮୭୬୩୬୨୩୩୯୯ରେ ଆର୍ଥିକ ସାହାଯ୍ୟ ପଠାଇବାକୁ ସେ ନିବେଦନ କରିଛନ୍ତି।
ଗୁଣୁପୁର ଉପଖଣ୍ତ ପ୍ରତିନିଧି ଦିଲୀପ କୁମାର ପଣ୍ଡାଙ୍କ ରିପୋର୍ଟ OdiaBarta.in