ପିସିଭି ଟୀକାକରଣର ଜିଲ୍ଳାସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ

ରାୟଗଡ, (ଶିବ ନାରାୟଣ ଗୈାଡ): ନିମୋକୋକାଲ କଂଜୁଗେଟ୍ ଭ୍ୟାକ୍ସିନ୍ (ପି.ସି.ଭି)ଟୀକକରଣର ଜିଲ୍ଳାସ୍ତରୀୟ କାର୍ଯ୍ୟକ୍ରମକୁ ଆଜି ରାୟଗଡ ଜିଲ୍ଳପାଳ ସରୋଜ କୁମାର ମିଶ୍ର ଫିତା କାଟି ଏହାର ଶୁଭାରମ୍ଭ କରିଛନ୍ତି । ସ୍ଥାନୀୟ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ ଟୀକାକରଣ କାର୍ଯ୍ୟକ୍ରମରେ ଦେଢମାସର ଶିଶୁମାନଙ୍କୁ ଟୀକାର ପ୍ରଥମ ଡୋଜ୍ ପ୍ରଦାନ କରାଯାଇଥିଲା । ନିମୋକୋକାଲ ନିମୋନିଆ ଏବଂ ମସ୍ତିଷ୍କ ସଂକ୍ରମଣରୁ ପିଲାଙ୍କୁ ସୁରକ୍ଷା ଦେଉଥିବା ପି.ସି.ଭି. ଏବେ ନିୟମିତ ଟୀକାକରଣ କାର୍ଯ୍ୟକ୍ରମରେ ବିନା ମୂଲ୍ୟରେ ଉପଲବ୍ଧ କରାଯିବ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପି.ସି.ଭି ଟୀକା ୬ସପ୍ତାହରୁ ଆରମ୍ଭ କରି ନବଜାତ ଶିଶୁମାନଙ୍କୁ ସୁରକ୍ଷା ଦେଇଥାଏ । ୫ବର୍ଷରୁ କମ ବୟସର ପିଲା ବିଶେଷ କରି ୨ବର୍ଷରୁ କମ ବୟସର ଶିଶୁଙ୍କ ଠାରେ ରୋଗ ସଂକ୍ରମଣ ଓ ତଦଜନିତ ମୃତ୍ୟୁର ଆଶଙ୍କା ସର୍ବାଧିକ ରହିଥିବାରୁ ପିଲାମାନଙ୍କୁ ନିମୋକୋକାଲ ରୋଗରୁ ସୁରକ୍ଷା ଦେବା ପାଇଁ ସାର୍ବଜନୀନ ଟୀକାକରଣରେ ଓଡିଶା ସମେତ ଅନ୍ୟ ରାଜ୍ୟଗୁଡିକରେ ଆଜି ଠାରୁ ଏହି ପି.ସି.ଭି ଟୀକାକୁ ନିୟମିତ ଟୀକାକରଣ କାର୍ଯ୍ୟକ୍ରମରେ ସାମିଲ କରାଯାଇ ପ୍ରଚଳନ କରାଯାଉଥିବା ଜଣାପଡିଛି ।

Udyog Nursery
Udyogi Nursery


ଏହି ଟୀକାର ପ୍ରଥମ ଡୋଜ୍ ଦେଢ ମାସରେ ପ୍ରଥମେ ଦିଆଯିବା ପରେ ଦ୍ୱିତୀୟ ଡୋଜ ସାଢେ ତିନିମାସ ଏବଂ ଶେଷ ବୁଷ୍ଟର ଡୋଜ୍ ୯ମାସରେ ଶିଶୁମାନଙ୍କୁ ଦିଆଯିବ ଏବଂ ନିୟମିତ ଟୀକାକରଣ କାର୍ଯ୍ୟକ୍ରମର ଏହା ୧୧ତମ ଭ୍ୟାକ୍ସିନ ବୋଲି ଟୀକାକରଣର ନୋଡାଲ ଅଧିକାରୀ ଏଡିପିଏଚଓ (ଏଫଡବ୍ଳ୍ୟୁ) ଡାକ୍ତର ଶ୍ରୀ ରଏ ପ୍ରକାଶ କରିଥିଲେ ।

ସେହିପରି ଆଜି ଜୁନ ୩୦ତାରିଖରେ ସମଗ୍ର ରାଜ୍ୟରେ ଏହି ଟୀକାକରଣ କାର୍ଯ୍ୟକ୍ର୍ରମକୁ ଭର୍ଚୁଆଲ ମିଟିଂ ମାଧ୍ୟମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମାନ୍ୟବର ମନ୍ତ୍ରୀ ନବକିଶୋର ଦାସ ଶୁଭାରମ୍ଭ କରିଛନ୍ତି । ଏହି ଭର୍ଚୁଆଲ ମିଟିଂ କାର୍ଯ୍ୟକ୍ରମକୁ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟର ଡିଟିୟୁ ସମ୍ମିଳନୀ କକ୍ଷରେ ଜିଲ୍ଳା ସ୍ୱାସ୍ଥ୍ୟ ସମିତି ରାୟଗଡ ତରଫରୁ ଆୟୋଜନ କରାଯାଇଥିଲା ।


ଏଥିରେ ଜିଲ୍ଳାପାଳ ସରୋଜ କୁମାର ମିଶ୍ର ଯୋଗ ଦେଇଥିବା ବେଳେ ଜିଲ୍ଳା ମୁଖ୍ୟ ଚିିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଆର୍ତବନ୍ଧୁ ନାୟକ,ଏଡିଏମଓ ଡାକ୍ତର ବରଦାକାନ୍ତ ମିଶ୍ର, ଡା.ବି.ଏଲ.ଏନ.ପୃଷ୍ଟି, ଡା.ଭି.ଏଲ.ଏନ.ରାଜୁ, ଡା.ମମତା ଚୈାଧୁରୀ, ଡା.ମମତା ସାହୁ ଓ ଡାକ୍ତର ଶ୍ରବଣ ସାହୁକାର,ଡିପିଏମ୍ ରାଜେଶ୍ୱର ପଟ୍ଟନାୟକଙ୍କ ସମେତ ଅନ୍ୟ ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.