ପ୍ରାଣୀ ଚିକତ୍ସା ବିଭାଗ ପକ୍ଷରୁ ମାଗଣା କୁକୁଡ଼ା ଚିଆଁ ବଣ୍ଟନ

କଳାହାଣ୍ଡି,(ସୁଶାନ୍ତ କୁମାର ଦଳେଇ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ପ୍ରାଣୀ ଚିକତ୍ସା ବିଭାଗ ତରଫରୁ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଅପପୃଷ୍ଟିହୀନତା ମାନଙ୍କୁ ମାଗଣାରେ କୁକୁଡ଼ା ଚିଆଁ ବଣ୍ଟନ କରାଯାଇଛି । ଓଡିଶା ସରକାର ଦାରିଦ୍ର ସୀମାରେଖା ତଳେ ଥିବା ଗରିବ ଲୋକମାନଙ୍କର ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ବିଭାଗ ମାଧ୍ୟମରେ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ଏହି ଯୋଜନା ମଧ୍ୟରୁ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଅନ୍ୟତମ । ସେହି କ୍ରମରେ ଗୋଲାମୁଣ୍ଡା ପ୍ରାଣୀ ଚିକତ୍ସା ବିଭାଗ ତରଫରୁ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଅପପୃଷ୍ଟିହୀନତା ଶିଶୁମାନଙ୍କୁ ଦ୍ୱିତୀୟ କିସ୍ତିରେ ୨୫ଟି ଲେଖାଏଁ କୁକୁଡ଼ା ଚିଆଁ ମାଗଣାରେ ବଣ୍ଟନ କରାଯାଇଛି।

Omkar Vasthu
Omkar Vasthu


ଏଥିରେ ବ୍ଲକର ମୋଟ ୪୧ ଜଣ ମା’ ମାନଙ୍କୁ ଅନ୍ତର୍ଭୂକ୍ତ କରାଯାଇଥିଲା । ଗୋଷ୍ଠୀ ପ୍ରାଣୀ ଚିକତ୍ସା ଅଧିକାରୀ ଡା. ଭୁବନ ମୋହନ ସାହୁ, ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀମତୀ ସ୍ନିଗ୍ଧାରାଣୀ ପ୍ରଧାନ, ବ୍ଲକ ପ୍ରାଣୀ ଚିକତ୍ସା ଅଧିକାରୀ ଡା. ପ୍ରମୋଦ କୁମାର ଭୋଇ, ବ୍ଲକ ଅତିରିକ୍ତ ଚିକତ୍ସା ଅଧିକାରୀ ଡା. ନେତ୍ର ପ୍ରକାଶ ଭାରତୀ ଓ ସମାଜସେବି ଶ୍ୟାମସୁନ୍ଦର ଅଗ୍ରୱାଲଙ୍କ ଉପସ୍ଥିତିରେ କୁକୁଡ଼ା ଚିଆଁ ବଣ୍ଟନ କରାଯାଇଥିଲା । ମା’ମାନେ ଏହାକୁ ଭଲ ଭାବେ ପାଳନ କରି ଉଭୟ ମାଂସ ଓ ଅଣ୍ଡା ଉତ୍ପାଦନ କରି ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ କରିପାରିବେ ବୋଲି ଡା. ସାହୁ ମତପ୍ରକାଶ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.