ଲାଞ୍ଜିଗଡ଼ (ଦୁଃଖୀଶ୍ୟାମ ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ଶିକ୍ଷା ବିଭାଗ ପକ୍ଷରୁ ଗୋୋଷ୍ଠୀ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଡାଏଟ୍-ସିଆରସିସି ଲିଂକେଜ୍, ଶିକ୍ଷଣ ଫଳାଫଳ, ମୋ ସ୍କୁଲ୍, ୟୁଟ୍ୟୁବ ଶିକ୍ଷାଦାନ, ରେଡ଼ିଓ ପାଠଶାଳା, ବନମହୋତ୍ସବ ଓ ବୃକ୍ଷରୋପଣ, ଇକୋ କ୍ଳବ୍, ସୁରକ୍ଷା ଶପଥ, କ୍ରୀଡା ଅନୁଦାନ ଆଦି ବିଭିନ୍ନ ଅନୁଦାନର ସଠିକ ବିନିଯୋଗ ଓ ବିନିଯୋଗ ପ୍ରମାଣପତ୍ର ଦାଖଲ ଇତ୍ୟାଦି ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ବୈଠକରେ ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଞ୍ଜୀବ କୁମାର ନାଏକ ଅଧ୍ୟକ୍ଷତା କରିଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦ୍ମଲୋଚନ ସୁନା, ଗୋବର୍ଦ୍ଧନପୁର ସିଆରସିସି ତପନ କୁମାର ଭୋଇ, ଭଟାଙ୍ଗପଦର ସିଆରସିସି ଭାରତ ଭୂଷଣ ସାହୁ, ବିଶ୍ଵନାଥପୁର ସିଆରସିସି ବିଜୟ ରାୟ, ଲାଞ୍ଜିଗଡ଼ ସିଆରସିସି ଏମ୍ ସୁନ୍ଦର ଶେଖର, ପେଙ୍ଗସୁର ସିଆରସିସି ଗୁରୁଗୋବିନ୍ଦ ମହାନ୍ତି, ଚମ୍ପାଦେଇପୁର ସିଆରସିସି ସୌଭାଗ୍ୟ ସାହୁ, ଲାଞ୍ଜିଗଡ଼ ରୋଡ଼ ସିଆରସିସି ପ୍ରକାଶ ଚନ୍ଦ୍ର ପଧାନ, ବନ୍ଧପାରୀ ସିଆରସିସି ତ୍ରିନାଥଶ୍ୟାମ କୁମାର, କାନକୁଟ୍ରୁ ସିଆରସିସି ଗୌରବ ନାଏକ, ବିଜେପୁର ସିଆରସିସି ଜଗଦୀଶ ପୁଟା,ହରେକୃଷ୍ଣପୁର ସିଆରସିସି ଜ୍ୟୋତିର୍ମୟୀ କାଞ୍ଚନବାଳା ମହାରଣା, ମାଳିଯୁବାଙ୍ଗ ସିଆରସିସି ପରମେଶ୍ବର ନାଏକ ପ୍ରମୁଖ ଯୋଗଦେଇଥିଲେ।