ଚାଇଲ୍ଡ ଲାଇନ ଦ୍ୱାରା ୩ଜଣ ନାବାଳିକା ଶିଶୁ ଶ୍ରମିକ ଉଦ୍ଧାର

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳା ଗୁଣପୁର ବ୍ଳକ ଅଂଚଳରୁ ୩ଜଣ ନାବାଳିକା ଶିଶୁ ଶ୍ରମିକ ଦକ୍ଷିଣ ଭାରତର କେରଳ ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ଚାଇଲ୍ଡ ଲାଇନ ରାୟଗଡ ତରଫରୁ ସେମାନଙ୍କୁ ଉଦ୍ଧାର କରାଯାଇ କାଉନସେଲିଂ ପରେ ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରାଯିବ ବୋଲି କେନ୍ଦ୍ର ସଂଯୋଜିକା କେ. ନୀଲାବେଣୀ ସୂଚନା ପ୍ରଦାନ କରିଛନ୍ତି । ଏ ନେଇ ଉଦ୍ଧାର ନାବାଳିକା ଶିଶୁ ଶ୍ରମିକମାନେ କାଉନସେଲିଂ ସମୟରେ କେରଳ ରାଜ୍ୟରେ ଦାଦନ ଖଟୁଥିବା ନିଜ ପରିବାର ବର୍ଗଙ୍କ ପାଖକୁ ଯାଇ ସେଠାରେ ସେମାନେ ମଧ୍ୟ କାମଧନ୍ଦା କରିବା ଉଦ୍ଦେଶ୍ୟରେ ବସ ଯୋଗେ ରାୟଗଡ ବସଷ୍ଟାଣ୍ଡରେ ଓହ୍ଳାଇଥିଲେ । ବସଷ୍ଟାଣ୍ଡରେ ଉକ୍ତ ୩ଜଣ ନାବାଳିକା ଏକାଠି ବସିଥିବା ଦେଖିବାକୁ ମିଳିବା ପରେ ଚାଇଲ୍ଡଲାଇନକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ଚାଇଲ୍ଡ ଲାଇନ ସଦସ୍ୟମାନେ ପଂହଚି ନାବାଳିକାମାନଙ୍କୁ ଉଦ୍ଧାର କରି ରାତ୍ରରେ ସ୍ନେହା ସ୍ୱଧାର ଗୃହରେ ରଖିବା ବନ୍ଦୋବସ୍ତ କରିବା ପରେ ଆଜି ସକାଳେ କାଉନସେଲିଂ କରିବା ସହ ସେମାନଙ୍କ କୋଭିଡ୍ ପରୀକ୍ଷା କରି ସିଡବ୍ଳ୍ୟୁସିରେ ହାଜର କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.