କାଦୁଅରେ ଲଚ ପଚ ଡହଗାଁ ଗୀତକାରପଡା

କୋକସରା, (ହିରଣ୍ୟ ବେହେରା): କୋକସରା ବ୍ଲକ ଡହଗାଁ ଗୀତକାରପଡାରେ ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ସାମାନ୍ୟ ବର୍ଷା ହେଲେ ପାଣି ନିଷ୍କାସନ ହୋଇ ନପାରି ରାସ୍ତା ଉପରେ ଜମି ରହୁଛି। ରାସ୍ତା ଉପରେ ମଇଲା ପାଣି ରହିବା ଫଳରେ ଲୋକେ ଯିବା ଆସିବା କରିବାବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏମିତି କି ସାମାନ୍ୟ ବର୍ଷା ହେଲେ ଘରକୁ ପାଣି ପସୁଥିବା ଲୋକେ ପ୍ରକାଶ କରିଛନ୍ତି। ଏନେଇ ବିଭିନ୍ନ ସମୟରେ ପଡାବାସୀ ପଞ୍ଚାୟତ କତୃପକ୍ଷଙ୍କୁ ଡ୍ରେନ ବ୍ୟବସ୍ଥା କରିବା ପାଇଁ ଜଣାଇ ଆସୁଥିଲେ ବି ଦୃଷ୍ଟି ଦେଉ ନଥିବା ଅଭିଯୋଗ କରିଛନ୍ତି। ବର୍ଷା ମାସ ଆରମ୍ଭରୁ ଏହି ରାସ୍ତା ଉପରେ ପାଣି ଜମି ରହିଥିବା ଯୋଗୁଁ ରାସ୍ତାରେ ଏବେ ଆଣ୍ଠୁଏ କାଦୁଅ ଜମି ରହୁଥିବା ଦେଖିବାକୁ ମିଳିଛି।

ତେଣୁ ଡ୍ରେନ ବ୍ୟବସ୍ଥା କରିବା ପାଇଁ ଅରୁପାନନ୍ଦ ନାଏକ, ତ୍ରିଲୋଚନ ନାଏକ, ଟୁନୁ ନାଏକ, ଲାବାଣ୍ୟ ନାଏକ, ଗୋବିନ୍ଦ ନାଏକ, ଜୟରାମ ନାଏକ ସମେତ ପଡାବାସୀ ଦାବି କରିଛନ୍ତି। ଏନେଇ ଡହଗାଁ ସରପଞ୍ଚ ପରିମିତା ସିଂ ରାଜପୁତଙ୍କ ମତାମତ ନେବାରୁ ଡ୍ରେନ ପାଇଁ ପ୍ରସ୍ତାବ ଦିଆ ସରିଛି ଆଗକୁ ମଞ୍ଜୁର ହେଲାପରେ ନିର୍ମାଣ କରାଯିବ ବୋଲି କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.