ଆଦିବାସୀ ପରିବାର ସ୍ବାବଲମ୍ବୀ ପାଇଁ ସହାୟତାର ହାତ ବଢାଇଲା ଓଟିଇଏଲପି ପ୍ଲସ

ଗୁଣୁପୁର/ରାମନାଗୁଡା: ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ପାରିଖିତି ପଞ୍ଚାୟତ ଅଧିନ କାରିଣିଗୁଡା, ପାରିଖିତି ଗ୍ରାମରେ ବସବାସ କରୁଥିବା ଆଦିବାସୀଙ୍କ ଜୀବନଜୀବିକା ତଥା ବିକାଶ ସାଧନ ନିମନ୍ତେ ଗୁଣୁପୁର ସମ୍ମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଓ ଓଟିଇଏଲପି ପ୍ଲସ ସହାୟତାରେ ୮ଗୋଟି ଅସହାୟ ପରିବାରକୁ ଛେଳି ପ୍ରଦାନ କରାଯାଇଛି। କୋଭିଡ଼ ପ୍ରରିପ୍ରେକ୍ଷୀରେ ଆଦିବାସୀଙ୍କ ଜୀବନଜୀବିକା ଦୃଷ୍ଟିରେ ରଖି ଆଦିବାସୀଙ୍କ ଉନ୍ନତି କ୍ଷେତ୍ରରେ ଓଟିଇଏଲପି ପ୍ଲସ ଗୁଣୁପୁର ଆଦିବାସୀ ଉନ୍ନୟନ ସଂସ୍ଥା ସଦାସର୍ବଦା କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଉଦ୍ୟମ ପ୍ରଂଶସନୀୟ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେହିଭଳି ଗୁଲୁଣ୍ଠି ପଞ୍ଚାୟତ ଓ ଗୋଁସାଇ ଗୁଲୁମୁଣ୍ଡା ଗ୍ରାମରେ ୧୦ଟି ଲେଖାଏଁ ପରିବାରକୁ ନିଜ ବାଡ଼ିରେ କୁକୁଡ଼ା ପାଳନ ନିମନ୍ତେ କୁକୁଡ଼ା ଯୋଗାଇ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ଓଟିଇଏଲପି ପ୍ଲସର ପ୍ରୋଗ୍ରାମ ଅଫିସର ଜୟ ପ୍ରକାଶ ବରାଳ, ଓଟିଇଏଲପି କୃଷି ଅଧିକାରୀ, ଶକ୍ତି ଅନୁଷ୍ଠାନ ସଂସ୍ଥା ଅଧିକାରୀ ଉପସ୍ଥିତ ଥିଲେ। ସେହିଭଳି ଶକ୍ତି ଅନୁଷ୍ଠାନ ଓ ଏଫ ଏଫ ସି ଭୁବନେଶ୍ୱର ସହାୟତାରେ ରାମନାଗୁଡା ସେକ୍ଟର ସମସ୍ତ ଅଙ୍ଗନବାଡ଼ି କର୍ମୀମାନଙ୍କୁ ମାସ୍କ, ସାନିଟାଇଜର, ହେଡ଼ ସିଲ୍ ଆଦି ପ୍ରଦାନ କରାଯାଇଛି।

Udyog Nursery
Udyogi Nursery

ଗୁଣୁପୁର ଉପଖଣ୍ତ ପ୍ରତିନିଧି ଦିଲୀପ କୁମାର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.