ପଞ୍ଚାୟତ ସମ୍ମୁଖରେ ଗ୍ରାମବାସୀଙ୍କ ଧାରଣା ଘଟଣା: ସମାଧାନ ପାଇଁ ପହଞ୍ଚିଲା ବ୍ଳକ ପ୍ରଶାସନ

ଲାଞ୍ଜିଗଡ଼: ବର୍ଷ ବର୍ଷ ଧରି ପ୍ରକୃତ ହିତାଧିକାରୀ ଆବାସ ଯୋଜନା, ଗାଈ ଗୁହାଳ, ଛେଳି ଗୁହାଳ, ମନରେଗା ଯୋଜନାରେ କାମ ମିଳୁନଥିବା, କାମ ପାଇଲେ ପାଉଣା ମିଳିବାରେ ବିଳମ୍ବ ହେଉଥିବା ସହ ଗ୍ରାମ୍ୟ ପାନୀୟ ଜଳ ଯୋଗାଣରେ ଅବହେଳାକୁ ନେଇ ଅଭିଯୋଗ ନେଇ ଛତ୍ରପୁର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ ଛତ୍ରପୁର ଗ୍ରାମବାସୀ। ଏନେଇ ପୂର୍ବରୁ ଗ୍ରାମବାସୀ ଗତ ଜୁଲାଇ ୧୬ ତାରିଖରେ ଲାଞ୍ଜିଗଡ଼ ବିଡିଓଙ୍କ ଜରିଆରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ କିନ୍ତୁ କୌଣସି ସୁଫଳ ମିଳିଲା ନାହିଁ। ତେଣୁ ସୋମବାର ସକାଳ ୮ ଟାରୁ ଗ୍ରାମବାସୀ ଛତ୍ରପୁର ପଞ୍ଚାୟତ କାର୍ଯ୍ୟାଳୟ ସାମନାରେ ଧାରଣା ଦେଇଥିଲେ। ଛତ୍ରପୁର ସରପଞ୍ଚ ରାଜୀବ ମାଝୀ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ ଗ୍ରାମବାସୀ ଧାରଣାରୁ ଓହରି ନଥିଲେ। ବ୍ଳକ ପ୍ରଶାସନିକ ଅଧିକାରୀ ନ ଆସିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି କହିଥିଲେ ଆନ୍ଦୋଳନକାରୀ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପଞ୍ଚାୟତ ସ୍ତରରେ ସମାଧାନର ରାସ୍ତା ନବାହାରିଲେ ଆଗାମୀ ଦିନରେ ବ୍ଳକ ତଥା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଥିଲେ। ଏହାପରେ ମଙ୍ଗଳବାର ଦିନ ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ଏବିଡ଼ିଓ ବିଭୁତି ଭୂଷଣ ଶତପଥୀ, ଲାଞ୍ଜିଗଡ଼ ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର, ଛତ୍ରପୁର ସରପଞ୍ଚ ରାଜୀବ ମାଝୀ ଘଟଣା ସ୍ଥଳକୁ ଆସି ଧାରଣାରେ ବସିଥିବା ଲୋକଙ୍କ ସହିତ ଆଲୋଚନା କରିଥିଲେ।ଛତ୍ରପୁର ଗ୍ରାମବାସୀମାନେ ସେମାନଙ୍କର ବିଭିନ୍ନ ଅଭିଯୋଗ ବିଷୟରେ ଜଣାଇଥିଲେ। ଅଭିଯୋଗ ଅନୁସାରେ ୫୮ ଜଣଙ୍କର ଘର ଓ ୩ ଜଣଙ୍କ ଗାଈ ଗୁହାଳ ପାଇଁ ପ୍ରଶାସନ ପକ୍ଷରୁ ତାଲିକା ପ୍ରସ୍ତୁତ କରାଯାଇ ଥିଲା। ବ୍ଲକ ପ୍ରଶାସନର ଏକ ଟିମ୍ ଆସନ୍ତା ୩୦ ତାରିଖ ଦିନ ଗାଁକୁ ଆସି ତଦନ୍ତ ପରେ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଛତ୍ରପୁର ଗ୍ରାମବାସୀ ଧାରଣାରୁ ଓହରି ଥିଲା।

Udyog Nursery
Udyogi Nursery

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.