ଡ୍ରେନ ସୁବିଧା ନାହିଁ: ଗାଁ ଭିତରେ ପଶିଲା ପାଣି, ଯାତାୟାତ ବାଧାପ୍ରାପ୍ତ

ଲାଞ୍ଜିଗଡ଼: ବର୍ଷ ବର୍ଷ ଧରି ଡ୍ରେନର ଅବ୍ୟବସ୍ଥା ଯୋଗୁଁ ଗାଁ ମଝିରେ ୨ ଫୁଟ ବର୍ଷା ପାଣି ବୋହି ଯାଇଛି। ଫଳରେ ଲୋକଙ୍କ ଘରେ ପାଣି ପଶୁଛି। ଏପରି ଏକ ଚିତ୍ର ଆସି ପହଞ୍ଚିଛି ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର ପଞ୍ଚାୟତ ଅନ୍ତର୍ଗତ ଗୋପାଳପୁର ଗାଁରୁ। ଗୋପାଳପୁର ଗାଁ ରାସ୍ତା ଦେଇ ପଞ୍ଚାୟତ ମୁଖ୍ୟାଳୟ ଠାରୁ ଆରମ୍ଭ କରି ପଞ୍ଚାୟତର ବିଭିନ୍ନ ଗାଁ ଲୋକେ ଯାତାୟାତ କରୁଥିବା ବେଳେ ଜନସାଧାରଣଙ୍କ ସମେତ ଯାନବାହାନ ଯାତାୟାତ ବାଧା ସୃଷ୍ଟି ହେଇଛି। ଫଳରେ ଜନସାଧାରଣଙ୍କ ମଧ୍ୟରେ ବି ଅସନ୍ତୋଷ ଦେଖାଦେଇଛି। ରାସ୍ତାର ଅଳିଆ ଆବର୍ଜନା ଲୋକଙ୍କ ଘର ଭିତରେ ଜମା ହେଉଥିବା ଲୋକେ ପ୍ରକାଶ କରିଛନ୍ତି। ବର୍ଷ ବର୍ଷ ଧରି ବର୍ଷା ଦିନରେ ଏଭଳି ପରିସ୍ଥିତି ଯୋଗୁଁ ପଞ୍ଚାୟତ ତଥା ବ୍ଲକ ପ୍ରଶାସନଙ୍କୁ ଲୋକେ ଦାୟି କରିଛନ୍ତି। ଏପରିକି ଉକ୍ତ ରାସ୍ତାରେ ଯିବାକୁ ଅସ୍ୱାସ୍ଥ୍ୟକର ମଣୁଛନ୍ତି। ତେଣୁ ପ୍ରଶାସନ ଗୋପାଳପୁର ଗ୍ରାମର ଏହି ସମସ୍ୟାର ଦୂରିକରଣ ପାଇଁ ବିହିତ ପଦକ୍ଷେପ ନେବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.