ଶ୍ରାବଣ ମାସ ଶେଷ ଦିନରେ ଅଭାବନୀୟ ଘଟଣା: ଟ୍ରକ ଚକ ତଳେ ପଡି ବୋଲବମ୍ ଭକ୍ତଙ୍କ ମୃତ୍ୟୁ

ରାୟଗଡ, ୨୨|୮ (ଶିବ ନାରାୟଣ ଗୈାଡ): ରାୟଗଡ-କେରଡା ମୁଖ୍ୟ ରାସ୍ତାରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ବୋଲବମ୍ ଭକ୍ତଙ୍କ ମୃତ୍ୟୁ ହୋଇଯାଇଛି । ମୃତକ ଜଣକ ରାୟଗଡ ସହରର ରାଣୀଗୁଡା ଫାର୍ମ ଅଂଚଳର ଶିବ ପ୍ରସାଦ ଆଚାର୍ଯ୍ୟ (୩୪) ବୋଲି ପୋଲିସ ସୂତ୍ରରୁ ଜଣାପଡିଛି । ଘଟଣାସ୍ଥଳରେ ଶେଷଖାଲ ଥାନା ପୋଲିସ ପଂହଚି ଶବକୁ ଉଦ୍ଧାର କରି ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିବ ବୋଲି ପୋଲିସ ସୂଚନା ଦେଇଛି । ମିିଳିଥିବା ସୂଚନା ପ୍ରକାରେ ଶ୍ରାବଣ ମାସର ଆଜି ଶେଷ ଦିନ ହେଉଥିବାରୁ ଶେଷଖାଲ ଗ୍ରାମ ନିକଟରେ ଥିବା ଶିବ ମନ୍ଦିରରେ ଜଳ ଅର୍ପଣ କରିବାକୁ ବୋଲବମ୍ ଭକ୍ତ ଶିବ ଆଚାର୍ଯ୍ୟ ନିଜ ବାଇକ (ଓଡି୧୮ଏ୨୯୧୫) ଯୋଗେ ଯାଉଥିବା ବେଳେ ଶେଷଖାଲ ଥାନା ଅନ୍ତର୍ଗତ ଲାଡ୍ଡା ନିକଟସ୍ଥ ଘାଟି ରାସ୍ତା ଅତିକ୍ରମ କରୁଥିବା ବେଳେ ରାୟଗଡ ଅଭିମୁଖେ ଆସୁଥିବା ଏକ ମାଲ ବୋଝେଇ ଟ୍ରକ ସହ ଧକ୍କା ହୋଇ ଟ୍ରକ ଚକା ତଳେ ପଡି ଯାଇଥିଲେ । ଟ୍ରକ ଚକାଟି ଶିବଙ୍କ ମୁଣ୍ଡ ଉପରେ ଚଢିଯାଇଥିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଟ୍ରକଟିକୁ ଶେଷଖାଲ ଥାନା ପୋଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିବା ଶେଷଖାଲ ଥାନା ଅଧିକାରୀ ଦେବଦତ ମଲ୍ଳିକ ସୂଚନା ପ୍ରଦାନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.