କୋକସରା ତାଳୁକ ଆଇନ ସେବାସମିତି ପକ୍ଷରୁ ସଚେତନ ଶିବିର

କୋକସରା, (ହିରଣ୍ୟ ବେହେରା): ସାଧାରଣ ଲୋକଟିଏ କେମିତି ଆଇନ ସହାୟତା ପାଇପାରିବ ଓ ଆଇନ ପ୍ରାଧିକରଣରେ କି କି ସୁବିଧା ଅଛି ସେ ନେଇ ଲୋକଙ୍କୁ ସଚେତନ କରେଇବା ପାଇଁ ଆଜି କୋକସରା ତାଳୁକ ଆଇନ ସହାୟତା ସମିତି ପକ୍ଷରୁ ଡୁଡୁକା ଠେଙ୍ଗା ଗ୍ରାମ ପଞ୍ଚାୟତ ଠାରେ ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ନୀଳକଣ୍ଠ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଇନ ର ବିଭିନ୍ନ ଦିଗ ଉପରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରେଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ କୋକସରା ବିଡ଼ିଓ ମନୀଷା ଦାସ, ଓକିଲ ସଙ୍ଘ ସଭାପତି ପଞ୍ଚାନନ ବେଶ୍ରା, ସମ୍ପାଦକ ଲକ୍ଷ୍ମୀଧର ମେହେର, ଲକ୍ଷ୍ମୀକାନ୍ତ ଖମାରୀ, ଡୁଡୁକାଠେଙ୍ଗା ସରପଞ୍ଚ ସବିତା ବାଣୁଆ, ଜେ ଏମ ଏଫ ସି କୋକସରା ର କର୍ମକର୍ତା ଓ ଆମପାଣି ପୋଲିସ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.