ରୁପ୍ରାରୋଡ ମାର୍କେଟ କମ୍ପ୍ଲେକ୍ସରେ ବିଶ୍ଵକର୍ମା ପୂଜା

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ଆଜି ବିଶ୍ବକର୍ମା ପୂଜାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ପୁରପଲ୍ଲୀ। ବିଭିନ୍ନ ମଣ୍ଡପ ଓ ଶିଳ୍ପୀମାନଙ୍କ ଘରେ ପୂଜା ପାଉଛନ୍ତି ଦେବଶିଳ୍ପୀ। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୁପ୍ରାରୋଡ ବସ୍ତିର ମାର୍କେଟ କମ୍ପ୍ଲେକ୍ସ ଠାରୁ ପାରମ୍ପାରିକ ନିତି ନିତି ଅନୁସାରେ ଆରମ୍ଭ ହୋଇଛି ବିଶ୍ବକର୍ମା ପୂଜା। ଗତବର୍ଷ ପରି ଏବର୍ଷ ମଧ୍ୟ କୋଭିଡ କଟକଣା ଥିବାରୁ ନିରାଡମ୍ବର ଭାବେ ପୂଜା କରାଯାଉଛି। ରୁପ୍ରାରୋଡ ବିଶ୍ବକର୍ମା ପୂଜା କମିଟି ପକ୍ଷରୁ ଆୟୋଜିତ ହୋଇଥିବା ଏହି ପୂଜା କାର୍ଯ୍ୟରେ କର୍ତ୍ତା ଭାବରେ ଅଜିତ ପଧାନୀ ଦାଇତ୍ୱ ନିର୍ବାହ କରୁଛନ୍ତି। ପୂଜା ପରିଚାଳନାରେ କମିଟିର ସଭାପତି ବିହାରୀଲାଲ ଭୋଇ, ସମ୍ପାଦକ ହେମନ୍ତ କୁମାର ସାହୁଙ୍କ ସମେତ ଗୈାତମ ବାରିକ, ପ୍ରତାପ ବାରିକ, ସୁବାସ ବାରିକ, ଅମୁଲ୍ୟ ପଣ୍ଡା, ରମନ୍ତ ଖୁଣ୍ଟଲା, ଚକ୍ର ସାହୁ ଓ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.