‘ପ୍ରିୟ ବାଲେଶ୍ଵର’ ଗ୍ରୁପ୍ ପକ୍ଷରୁ ଆନ୍ତର୍ଜାତିକ ଫିଲ୍ମ ପୁରସ୍କାର ବିଜୟିନୀ ଶିଲୀକୁ ପ୍ରଦାନ କରାଗଲା ସହାୟତା

● ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲର ଆୟୋଜକ ଆସି ଶିଲୀକୁ ପୁରଷ୍କାର ଦେଲେ ତାଙ୍କ ଗାଁରେ

● ବଦାନ୍ୟ ବ୍ୟକ୍ତି ଗଙ୍ଗା ନାରାୟଣ ରଥ ଦେଲେ ସ୍ମାର୍ଟ ଫୋନ ଉପହାର

● ଝିଅ ଭାବେ ଗ୍ରହଣ କଲେ ନୀଳଗିରି ରାଣୀ

ବାଲେଶ୍ଵର, (କୃଷ୍ଣ କୁମାର ମହାନ୍ତି): ନୀଳଗିରିର ବାବନ୍ଧ ଗ୍ରାମର ଚର୍ଚ୍ଚିତ ଆନ୍ତର୍ଜାତିକ ପୁରଷ୍କାର ପ୍ରାପ୍ତ ଆଦିବାସୀ ଝିଅ କୁନି ଖପରାଶିଳ୍ପୀ ସସ୍ମିତା ବେହେରା ଓରଫ ଶିଲୀଙ୍କୁ ତାଙ୍କ ଗାଁ ମାଟିରେ ଗ୍ରାମବାସୀ ତଥା ଗଣ୍ୟମାନ୍ୟ ଅତିଥି ଗହଣରେ ପୁରଷ୍କାର, ସମ୍ବର୍ଦ୍ଧନା ଓ ଉପହାର ପ୍ରଦାନ କରାଯାଇଛି। ଭୁବନେଶ୍ୱରର ଜେବିଏସ୍ ଓ ଓରିଫାର୍ମିଙ୍ଗ ଦ୍ବାରା ଆୟୋଜିତ କୋଭିଡ ୧୯ ଆନ୍ତର୍ଜାତିକ ଆଦିବାସୀ ଫିଲ୍ମ ଫେଷ୍ଟିଭାଲ ୨୦୨୧ ପୁରସ୍କାର ବିତରଣରେ ମୁଖ୍ୟ ଅତିଥି ଇଂଲଣ୍ଡର ଫିଲ୍ମ ନିର୍ଦ୍ଦେଶକ ଓ ପ୍ରଯୋଜକ ମାର୍କ ନରଫକ୍ ପୁରଷ୍କାର ଘୋଷଣା କରି ପ୍ରଦାନ କରିଥିଲେ ମଧ୍ୟ ଆଜି ପୂର୍ବାହ୍ନରେ ମଦିଆ ଆଦିବାସୀଙ୍କ କରମ ପୂଜା ଅବସରରେ ଫିଲ୍ମ ଫେଷ୍ଟିଭାଲର ଆୟୋଜକ ସତ୍ୟବ୍ରତ ଜେନା ବାବନ୍ଧ ଉପସ୍ଥିତ ହୋଇ ଶ୍ରେଷ୍ଠ ଭାବରେ ଫିଲ୍ମ ‘କୋରନା କାଳରେ ଜଣେ କୁନି ଖପରାଶିଳ୍ପୀ’, ଶ୍ରେଷ୍ଠ ନିର୍ଦ୍ଦେଶକ ଭାବରେ ଶିଳ୍ପୀ କେଶୁଦାସ, ଶ୍ରେଷ୍ଠ କୁନି କଳାକାର ଭାବରେ ସସ୍ମିତା ବେହେରା ଓ ଆଲୋଚକ ଭାବରେ ବିଜୟ କୁମାର ଆଚାର୍ଯ୍ୟଙ୍କୁ ପ୍ରମାଣ ପତ୍ର, ଟ୍ରଷ୍ଟୀ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ପୁରଷ୍କୃତ କରିଥିଲେ ।

Omkar Vasthu
Omkar Vasthu


ଏହି ଅବସରରେ ମୁଖ୍ୟ ଅତିଥି ନୀଳଗିରି ରାଜପରିବାରର ରାଣୀ ମନୋଜା ମଞ୍ଜୁରୀ ଦେବୀ ଶିଲୀକୁ ଉତ୍ସାହିତ କରିବା ସହ ତାକୁ ତାର ଭବିଷ୍ୟତର ଉନ୍ନତି ପାଇଁ ନିଜ ଝିଅ ଭାବରେ ଗ୍ରହଣ କଲେ । ଏଥିସହ ହାଇଦ୍ରାବାଦରେ ଅବସ୍ଥିତ ବାଲେଶ୍ଵରର ଗଙ୍ଗାନାରାୟଣ ରଥ, ପ୍ରାକ୍ତନ ଗରିଷ୍ଠ ସାଧାରଣ ପ୍ରବନ୍ଧକ, ଭାରତୀୟ ରିଜର୍ଭ ଦ୍ଵାରା ପ୍ରଦତ୍ତ ଉପହାର ସ୍ମାର୍ଟ ଫୋନକୁ ବିଶିଷ୍ଟ ଓଡ଼ିଆ କଥାଶିଳ୍ପୀ ଉଦୟ ନାରାୟଣ ଦାସ ପ୍ରଦାନ କରି ଉତ୍ସାହିତ କରିବା ସହ ଆଗମୀ ଦିନରେ ପ୍ରଚାର ପ୍ରସାର କରିବା ପାଇଁ ଫିଲ୍ମ, ଗପ ଓ କବିତା ଲେଖିବେ ବୋଲି ପ୍ରତିଶ୍ରୁତି ଦେଲେ । କୋଶମ୍ବ ମେଳା କମିଟିର ଅଧ୍ୟକ୍ଷ ଭଗବାନ ଦାସ ଖଣ୍ଡେଲୱ ଉପସ୍ଥିତ ହୋଇ ୫ ହଜାର ଟଙ୍କାର ଆର୍ଥିକ ସହାୟତା କରିବା ସହ ଗାଁରେ ଠାକୁରାଣୀ ମନ୍ଦିର ନିର୍ମାଣ ପାଇଁ ଆର୍ଥିକ ସହାୟତା କରିବେ ବୋଲି ଘୋଷଣା କଲେ । ମୁଖ୍ୟ ବ୍ୟକ୍ତା ଭାବରେ ଅବସର ପ୍ରାପ୍ତ ଆଇଏଏସ୍ ଅଧିକାରୀ ତଥା ବାଲେଶ୍ବର ଡିଭାଇନ ଲାଇଫ୍ ସୋସାଇଟିର ସଭାପତି ଦେବେନ୍ଦ୍ର କୁମାର ମହାପାତ୍ର ଯୋଗଦେଇ କୁନି ଖପରାଶିଳ୍ପୀଙ୍କୁ ଉତ୍ସାହିତ କରିବା ପାଇଁ ଆର୍ଥିକ ସହାୟତା କରିବା ସହ ଅନ୍ୟ ବଣମଲ୍ଲୀ କୁନି କୁନି କଳାକାର ମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ଆଗେଇ ଆସିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ବାଲେଶ୍ଵରର ଅଖଣ୍ଡ ଭାରତ ଫିଲ୍ମ ଫେଷ୍ଟିଭାଲର ଅଧ୍ୟକ୍ଷ ରଶ୍ମୀରଞ୍ଜନ ଦାସ ଯୋଗ ଦେଇ ଉକ୍ତ ଗାଁର ଆତ୍ମନିର୍ଭରଶୀଳ ଓ ଉନ୍ନତି ପାଇଁ ଆଗେଇ ଆସିବାକୁ ଆହ୍ଵାନ ଦେଇଥିଲେ । ଏହି ସଭା କାର୍ଯ୍ୟକ୍ରମକୁ ସ୍ଥାନୀୟ ବୈଦ୍ୟନାଥ ବେହେରି ସଭାପତିତ୍ବ କରିଥିବା ବେଳେ ଯୁବ ସଂଗଠନ କୁଶ ବେହେରା ଧନ୍ୟବାଦ ଅର୍ପଣ କରିଥିଲା । କରମ ପୂଜା ପାଇଁ ଗ୍ରାମର ପୁରୁଷ ମହିଳା ଓ ପିଲାମାନେ ମାଦଲର ତାଳେ ତାଳେ ନାଚଗୀତ କରୁଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.