‘ସମାଜ’ର ପୂର୍ବତନ କାର୍ଯ୍ୟକାରୀ ସମ୍ପାଦିକା ଡକ୍ଟର ମନୋରମା ମହାପାତ୍ରଙ୍କ ପରଲୋକ

କଟକ: ଆଜି ଓଡିଶା ନିଜର ଏକ ସୁଯୋଗ୍ୟ ସନ୍ତତିଙ୍କୁ ହରାଇଛି। ପ୍ରଖ୍ୟାତ ସାହିତ୍ୟିକା, କବି, ସମ୍ବାଦିକା, ସମ୍ପାଦିକା, ସମାଜସେବୀ, ଅଧ୍ୟାପିକା ତଥା ‘ସମାଜ’ର ପୂର୍ବତନ କାର୍ଯ୍ୟକାରୀ ସମ୍ପାଦିକା ଡକ୍ଟର ମନୋରମା ମହାପାତ୍ରଙ୍କର ଆଜି କଟକ ବଡ଼ ଡାକ୍ତରଖାନାରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ବର୍ଷ ବୟସ ହୋଇଥିଲା। ସେ ବେଶ୍‌ କିଛିଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ୧୯୩୪ ମସିହା ଜୁନ୍‌ ୧୦ରେ ଡକ୍ଟର ମହାପାତ୍ରଙ୍କର ଜନ୍ମ ହୋଇଥିଲା। ତାଙ୍କ ପିତା ‘ସମାଜ’ର ପୂର୍ବତନ ସମ୍ପାଦକ ତଥା ଲୋକସେବକ ମଣ୍ଡଳର ପୂର୍ବତନ ଅଧ୍ୟକ୍ଷ ପଦ୍ମଭୂଷଣ ଡକ୍ଟର ରାଧାନାଥ ରଥ। ଜଣେ ଉଚ୍ଚକୋଟୀର କବି, ସମ୍ପାଦିକା ଓ ସମାଜସେବୀ ଭାବେ ତାଙ୍କର ସ୍ବତନ୍ତ୍ର ପରିଚୟ ରହିଛି। ଜଣେ ଓଜସ୍ବିନୀ ବକ୍ତା ଭାବେ ସେ ଅଶେଷ ଲୋକପ୍ରିୟତା ହାସଲ କରିଥିଲେ। ବିଶେଷ କରି ମାନବବାଦୀ, ସାମ୍ୟବାଦୀ ଓ ବୈପ୍ଳବିକ ଚିନ୍ତାଧାରା ତାଙ୍କ ସାହିତ୍ୟ କୃତିରେ ପରିସ୍ଫୁଟିତ ହୋଇଛି। ସେ ଓଡ଼ିଶା ସାହିତ୍ୟ ଏକାଦେମୀ ପୁରସ୍କାର, ସୋଭିଏତ୍‌ଲାଣ୍ଡ ପୁରସ୍କାର ଆଦି ଅନେକ ମର୍ଯ୍ୟାଦାଜନକ ପୁରସ୍କାର ଲାଭ କରିବା ସହିତ ରମାଦେବୀ ବିଶ୍ବବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡି.ଲିଟ୍‌ ଉପାଧି ଲାଭ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ତାଙ୍କ ସାହିତ୍ୟକୃତି ମଧ୍ୟରେ ଜୁଆର ଯେଉଁଠି ଉଠେ, ଅର୍ଦ୍ଧନାରୀସ୍ୱର, ବୈଦେହୀ ବିସର୍ଜିତା, ସ୍ମୃତିଚନ୍ଦନ, ଆମେସବୁ ନୀରବ ଦର୍ଶକ ଉ‌େ‌ଲ୍ଲଖନୀୟ। ଏହାଛଡ଼ା ଏ ପୃଥିବୀ ଶରଶଯ୍ୟା (କ୍ଷୁଦ୍ରଗଳ୍ପ ସଙ୍କଳନ), ବନ୍ଦ ଘରର କବାଟ (କ୍ଷୁଦ୍ରଗଳ୍ପ), ରତ୍ନଦ୍ୱୀପ (ଅନୁଦିତ ଉପନ୍ୟାସ), ବଣ ରାଇଜର କଥା (ଶିଶୁଗଳ୍ପ ସଙ୍କଳନ), ସମସାମୟିକ ଋଷୀୟ କବିତା (ଅନୁଦିତ ଋଷୀୟ କବିତା ସଙ୍କଳନ), ବନ୍ଦ ଘରକୀ କବାଟ (ହିନ୍ଦୀ ଗଳ୍ପ ସଙ୍କଳନ), ଉତ୍ତରା ନିରୁତ୍ତରା (ଗଳ୍ପ ସଙ୍କଳନ), ଗୋମୁଖ ଯାତ୍ରା (ଅନୁବାଦ ଶିଶୁ ସାହିତ୍ୟ), ଆଈମାଆଙ୍କ ବିଜ୍ଞାନମୁଣି (ବିଜ୍ଞାନ ଗଳ୍ପ), ଆମରି ଭାରତମାତା (ଶିଶୁକବିତା), ବିରାଡ଼ିମାନଙ୍କ ଅନଶନ(ଶିଶୁ ସାହିତ୍ୟ), ଶ୍ରୀରାମକୃଷ୍ଣ ପରମହଂସଦେବ (ଅନୁବାଦ), ଶୋଧସ(ତସଲିମା ନସରିନ) ଆଦି ରହିଛି। ତାଙ୍କ ମୃତ୍ୟୁ ଖବର ପ୍ରସାରିତ ହେବାପରେ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.