କବିତା: ଖେଳ

ଖେଳରେ ଜୀବନ ନ ଥାଏ କେବଳ
ଜୀବନରେ ଥାଏ ଖେଳ
ଖେଳ ଖେଳୁ ଖେଳୁ ପାଦ ଖସି ଯାଏ
ଲେଉଟି ଫେରେ କି ବେଳ ।।

Omkar Vasthu
Omkar Vasthu

ତାରା ଗଣୁ ଗଣୁ ରାତି ପାହିଯାଏ
ସୂରୁଜ ବୁଡିଲେ ଦିନ
ହାତ ଧରା ଧୂଲି ତଳେ ପଡିଯାଏ
କାହା ପାଇଁ ଅଭିମାନ ।।

Pearl dental clinic
Near Ashish Medical Store, Bhawanipatna

ନିୟମରେ ବନ୍ଧା ଜୀବନ ବୃତ୍ତାନ୍ତ
ନିୟମରେ ବନ୍ଧା ଖେଳ
ଖେଳର ବୟସ ନିମିତକ ପାଇଁ
ଜୀବନ ପଥ ପିଚ୍ଛିଳ ।।

Udyog Nursery
Udyogi Nursery

ବାଟ ଭାଙ୍ଗି ଯାଏ ଶ୍ରାବଣର ଧାରା
ବାଟ ଭାଙ୍ଗି ଦିଏ ସାଥି
ଝଡ ପବନରେ ବାଇ ଚଢେଇଟି
ବସା ଗଢୁ ଥାଏ ନିତି ।।

ଖେଳ ସରି ଗଲେ ସାଥି ଚାଲି ଗଲେ
ଖାଲି ପଡି ଯାଏ ଦୋଲି
ନ ବୁଝି ରହଷ୍ୟ ତୁଚ୍ଛ ସୁଖ ପାଇଁ
କାଇଁ କରୁ ଏତେ ଅଳି??

✒️ହେଲେନା ସାହୁ

ବାଲିପଡା, ଭାନପୁର, ନର୍ଲା, କଳାହାଣ୍ଡି

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.