ଭୀମଡଙ୍ଗା ଠାରେ ଆମ ଗାଁ ଆମ ବିକାଶ ଗୋଷ୍ଠୀ କେନ୍ଦ୍ରର ଶୁଭ ଉଦଘାଟନ ସମାରୋହ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ସଦର ବ୍ଲକ ଥୁଆପଦର ପଞ୍ଚାୟତର ଭୀମଡଙ୍ଗା ଠାରେ ଆମ ଗାଁ ଆମ ବିକାଶ ଗୋଷ୍ଠୀ କେନ୍ଦ୍ରର ଶୁଭ ଉଦଘାଟନ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଜିତ କୁମାର ଓ ସମ୍ମାନିତ ଅତିଥି ଭାବେ ବିଜେଡି ରାଜ୍ୟ ପରିଷଦ ସଦସ୍ୟ ତଥା ସଦର ବ୍ଲକ ଉପାଧ୍ୟକ୍ଷ ସଚ୍ଚିଦାନନ୍ଦ ମହାଖୁଡ଼, ସ୍ଥାନୀୟ ସରପଞ୍ଚ ଚୁଡାମଣି ନାଏକ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶେଷଦେବ ସାହୁ, ଛାତ୍ର ବିଜେଡି କାର୍ଯ୍ୟକାରି ସଭାପତି ଅରବିନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu


ଏହି ଗୋଷ୍ଠୀ କେନ୍ଦ୍ର ଗ୍ରାମବାସୀମାନଙ୍କ ଅନେକ କାମରେ ଲାଗିପାରିବ ତେଣୁ ଏହାର ସୁପରିଚାଳନା କରିବାକୁ ଗ୍ରାମବାସୀମାନଙ୍କୁ ଅତିଥିମାନେ ଅନୁରୋଧ କରିଥିଲେ। ‘ଆମ ଗାଁ ଆମ ବିକାଶ’ ରାଜ୍ୟ ସରକାରଙ୍କ ଏକ ଅଭିନବ ପ୍ରୟାସ ବୋଲି ସଭାରେ ମତପ୍ରକାଶ ପାଇଥିଲା।

Pearl dental clinic
Near Ashish Medical Store, Bhawanipatna


ଅନ୍ୟମାନଙ୍କ ମଧ୍ୟରେ ଶଙ୍କର ମାଝୀ, ମହେନ୍ଦ୍ର ସାହୁ, ପଞ୍ଚାୟତ ସଭାପତି ଶ୍ରୀକାନ୍ତ ପ୍ରଧାନ, ଜିତେନ୍ଦ୍ର ଗଉଡ଼, ହୃଷିକେଶ ଗଉଡ଼, ପହଲ୍ଲାଦ ସାହୁ, ତିଳେଶ୍ୱର ନାଏକ ଓ ଅଞ୍ଚଳର ଅନେକ ଯୁବ-ଛାତ୍ର କର୍ମକର୍ତ୍ତା ଓ ଜନସାଧାରଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ଅବସରରେ ଅତିଥିମାନେ ଛାତ୍ର ବିଜେଡିର ସାମାଜିକ କାର୍ଯ୍ୟକ୍ରମକୁ ପ୍ରଶଂସା କରିବାସହ ସରକାରଙ୍କ ବିଭିନ୍ନ ଯୋଜନା ସମନ୍ଧରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.