ରାଧାକୃଷ୍ଣ ମନ୍ଦିରରେ ରତ୍ନମୁଦ ଉତ୍ସବ

 

କଳାହାଣ୍ଡି,୧୪/୧୧:

Omkar Vasthu
Omkar Vasthu

କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ଥ ରୁପ୍ରାରୋଡ ଜଗନ୍ନାଥ ମନ୍ଦିର ପରିସରରେ ନବ ନିର୍ମିତ ରାଧାକୃଷ୍ଣ ମନ୍ଦିରର ରତ୍ନମୁଦ ଉତ୍ସବ ଭକ୍ତିମୟ ପରିବେଶ ମଧ୍ୟରେ ଅନୁଷ୍ଛିତ  ହୋଇଯାଇଛି। ଏହି ଉତ୍ସବ ପାଇଁ ବୋରିଙ୍ଗପଦର ନିକଟସ୍ଥ ବଣରେ ଇନ୍ଦ୍ର ଇନ୍ଦ୍ରାଣୀଙ୍କୁ ନିମନ୍ତ୍ରଣ ଓ ବାହାଡା ବୃକ୍ଷକୁ ପୂଜାକରି ଭକ୍ତମାନେ ଫେରିଥିଲେ। ଏହାର ପରଦିନ ରାଧାକୃଷ୍ଣ ମନ୍ଦିରରେ ହୋମ ଯଜ୍ଞ କରି ନଗର ପରିକ୍ରମା କରି ରତ୍ନ ମୁଦ ଆରମ୍ଭ କରାଯାଇଥିଲା। ପଣ୍ଡିତ ନିଗମାନନ୍ଦ ଓ ତାଙ୍କ ସହଯୋଗୀ ପୂଜା ବିଧି ପାଳନ କରିଥିଲେ। ରୁପ୍ରାରୋଡ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଭାପତି ମାନଗୋବିନ୍ଦ ମହାନ୍ତି, ସମ୍ପାଦକ ପ୍ରଦୀପ ଅଗ୍ରୱାଲ, ଉପଦେଷ୍ଠା ତଥା ସମାଜସେବୀ ସାଧୁରାମ ଅଗ୍ରୱାଲଙ୍କ ତତ୍ୱ।ବଧାନରେ ଏହି ରତ୍ନ ମୁଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Pearl dental clinic
Near Ashish Medical Store, Bhawanipatna

କର୍ତ୍ତାରୂପେ ରାୟପୁରର ଶ୍ୟାମସୁନ୍ଦର ଜିନ୍ଦଲ ଓ ତାଙ୍କ ଧର୍ମପତ୍ନୀ ଯୋଗଦେଇ ଥିବା ବେଳେ ସହକର୍ତ୍ତା ଭାବେ ସ୍ଥାନୀୟ ଚନ୍ଦ୍ରମୋହନ ରୋହିଲା ଓ ତାଙ୍କ ଧର୍ମପତ୍ନୀ ସହଯୋଗ କରିଥିଲେ। ଏ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଧାନ,ଟଙ୍କା,ସୁନା,ଶସ୍ୟ ଅର୍ପଣ କରି ମନ୍ଦିରର ରତ୍ନମୁଦରେ ସହଯୋଗ କରିଥିଲେ। ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନଭୋଗର ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଶାନ୍ତିଶୃଙ୍ଖଳା ସହିତ ଏହି କାର୍ଯ୍ୟ ଶେଷ ହେବାରୁ ସମାଜସେବୀ ସାଧୁରାମ ଅଗ୍ରୱାଲ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.