ରାୟଗଡା, (ଶିବ ନାରାୟଣ ଗୈାଡ): ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଆଜି ଅକ୍ଟୋବର ୨୬ ଠାରୁ ଆସନ୍ତା ନଭେମ୍ବର ୧ ପର୍ଯ୍ୟନ୍ତ ସପ୍ତାହବ୍ୟାପି ପାଳନ କରାଯାଉଅଛି । ଏହି ଉପଲକ୍ଷେ ରାୟଗଡା ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟ ମାନଙ୍କରେ କର୍ମଚାରୀ ମଧ୍ୟରେ ଶପଥ ପାଠ କରାଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଶପଥ ପାଠ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଅଧ୍ୟକ୍ଷତା କରି ସମସ୍ତ ପଦାଧିକାରୀ, କର୍ମଚାରୀ ମାନଙ୍କୁ ଶପଥ ପାଠ କରାଇବା ସହ କୌଣସି ପ୍ରକାର ଦୁର୍ନୀତିକୁ ପ୍ରଶ୍ରୟ ଦିଅନ୍ତୁ ନାହିଁ ବୋଲି ସତର୍କ କରାଇଥିଲେ।
ଏହି କାର୍ଯ୍ୟକ୍ରମରେ ଡେପୁଟି ଜିଲ୍ଲାପାଳ ନାରାୟଣ ମିଶ୍ର, ସହକାରୀ ଜିଲ୍ଲାପାଳ (ରାଜସ୍ବ) ଦିବାକର ପାତ୍ର, ଜିଲ୍ଲା ସ୍ବଳ୍ପ ସଂଚୟ ଅଧିକାରୀ ଧୃବରାଜ ନାୟକ, କ୍ରୀଡା ଅଧିକାରୀ ଶେଖ ଅଲନୁର ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଯାଜ୍ଞସେନୀ ବେହେରା, ଅଫିସ୍ ସୁପରିଟେଣ୍ଡଣ୍ଟ ବୁସିଗ୍ରାମ ଶବର ସମତେ ବିଭିନ୍ନ ବିଭାଗର ସେକ୍ସନ ଅଫିସର ଓ କର୍ମଚାରୀ ମାନେ ଯୋଗ ଦେଇଥିଲେ।