ନାଗ ବଂଶୀୟ ବାଲିଯାତ୍ରା ପାଇଁ ଶୁଭ ଖମ୍ବ ସ୍ଥାପନ ଓ କଳସ ଯାତ୍ରା

କୋକସରା, (ହିରଣ୍ୟ ବେହେରା): ନାଗ ବଂଶୀୟ ପିତୃ ପୁରୁଷଙ୍କ ପରମ୍ପରାରେ ଦୀର୍ଘ ଷାଠିଏ ବର୍ଷ ପରେ ଭୀମା ବାଲିଯାତ୍ରା ଏ ବର୍ଷ ସମାପନ ପାଇଁ ଶୁଭ ଖମ୍ବ ଓ କଳସ ଯାତ୍ରା ଆରମ୍ଭ ହୋଇଯାଇଛି।କୋକସରା ବ୍ଲକ ଡହଗାଁ ପଞ୍ଚାୟତ ନୂଆଗୁଡା ନାଗପଡାରେ ନାଗ ବଂଶୀୟ ଭାଇ ଭାଇଙ୍କ ଏକ ଜୁଟ ଫଳରେ ଦୀର୍ଘ ଷାଠିଏ ବର୍ଷ ପରେ ଭୀମା ବାଲିଯାତ୍ରା ଅନୁଷ୍ଠିତ ହେଉଛି।

Omkar Vasthu
Omkar Vasthu


ନାଗ ବଂଶର ପରମ୍ପରା ଅନୁସାରେ ୧୬ ଟି ଦେବଦେବୀଙ୍କୁ ପୂଜାର୍ଚନା କରି ଗ୍ରାମର ଇଷ୍ଟ ଦେବଦେବୀଙ୍କୁ ସୁମରଣା କରି ଏହି ପୂଜା କାର୍ଯ୍ୟ କରାଯାଇଥାଏ। ୧୯ ଖଣ୍ଡ ଗାଁରେ ଭାଗ ହୋଇ ବସ ବାସ କରୁଥିବା ବଂଶୀୟ ଲୋକଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରିବା ପାଇଁ ଏହି ପୂଜା କରାଯାଇଥାଏ। କଳସ ଯାତ୍ରା ଦିନ ପ୍ରତିଷ୍ଠିତ ପୋଖରୀ ରୁ ପାଣି ଆଣି ସାତ ବହେନି ଜଳ କାମିନୀ ଙ୍କୁ ସୁମରଣା କରି ଭୀମା ଜନ୍ମ ପାଇଁ ଆବାହନ କରାଯାଇଥାଏ।

Pearl dental clinic
Near Ashish Medical Store, Bhawanipatna


ଭୀମା ଜନ୍ମ ପରେ ଭୀମା କୃଷି କାର୍ଯ୍ୟ ପାଇଁ ହଲ ଲଙ୍ଗଳ କରିବା ଫଳରେ ନାଗ ବଂଶ କୃଷି କ୍ଷେତ୍ରରେ ସୁନା ଫସଲ ହେବା ବଂଶୀୟ ବିଶ୍ୱାସ ରହିଥିବା ଜଣେ ନାଗ ବଂଶୀୟ ବୃଦ୍ଧ ପ୍ରକାଶ କରିଥିଲେ। ଅଶ୍ୱିନ ପଞ୍ଚମୀରୁ ଆରମ୍ଭ ହୋଇ ମଝିରେ ମଝିରେ ବିଭିନ୍ନ ପୂଜା କାର୍ଯ୍ୟ ସମାପନ ହୋଇ ମାଘ ଦଶମୀ ରେ ଏହି ପୂଜା ଉଦଯାପନୀ ହେବା ନାଗ ବଂଶ ର ପୁରୁଖା ବ୍ୟକ୍ତି ନୃପରାଜ ନାଗ ପ୍ରକାଶ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.