ଅପହଞ୍ଚ ଇଲାକାରେ ଟୀକାକରଣ ଶିବିର

କଳାହାଣ୍ଡି, (ନରୋତ୍ତମ ସେଲମା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରା ପଞ୍ଚାୟତ ଟେର୍ଚାପଲା ଠାରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ପକ୍ଷରୁ କର୍ଲାମୁଣ୍ଡା ଗୋଷ୍ଟି ସ୍ବାସ୍ତ୍ୟ କେନ୍ଦ୍ରର ମିଳିତ ଉଦ୍ୟମରେ ମଙ୍ଗଳବାର କୋଭିଡ ଟୀକା କରଣ ଶିବିର ଆୟୋଜନ ହୋଇଯାଇଥିଲା । ଏଥିରେ ମହିଳା ସ୍ୱାସ୍ଥ୍ୟ କର୍ମୀ ବନଲତା ପାଣିଗ୍ରାହୀ, ସୀମା ଭୋଇ, ସଂଯୁକ୍ତା ସାହୁ, ପୁରୁଷ ସ୍ୱାସ୍ଥ୍ୟ କର୍ମୀ ନିମାଇଁ ଚରଣ ସାହୁ, ପ୍ରଶାନ୍ତ ଦୀପ, ଏଡବ୍ଲୁଡବ୍ଲୁ ଚନ୍ଦ୍ରମା ତାଣ୍ଡି, ଆଶା କର୍ମୀ, ପ୍ରତିମା ଭୋଇ ପ୍ରମୁଖ ଯୋଗ ଦେଇ ୮୦ ଜଣ ପୁରୁଷ ମହିଳାଙ୍କୁ କରୋନା ଟୀକା ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଅନ୍ୟ ମାନଙ୍କ ମଧ୍ୟରେ ସ୍ଥାନୀୟ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଡମ୍ବରୁମାଝୀ, ପପୁ କୁମାର ଓ ଜୋରାଡ଼ବରା ସ୍କୁଲର ପ୍ରଧାନ ଶିକ୍ଷକ ତରୁଣ ଜାନୀ, ଅନୁଷ୍ଠାନ କର୍ମୀ ଜଗଦୀଶ ପ୍ରସାଦ ରଣା, ପ୍ରଦୀପ କୁମାର ସାହୁ ଯୋଗ ଦେଇ କୋଭିଡ ର ମୁକାବିଲା ପାଇଁ ବିଭିନ୍ନ ଉପାୟ ବିଷୟରେ ସଚେତନ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.