ଗୋତୋମୁଣ୍ଡା ଉନ୍ନିତ ଉପ୍ରା ବିଦ୍ୟାଳୟ ଉଦଘାଟିତ, ଯୋଗଦେଲେ ମନ୍ତ୍ରୀ ରମେଶ ମାଝୀ ଓ ଧର୍ମଗଡ ବିଧାୟକ ପୁଷ୍ପେନ୍ଦ୍ର ସିଂଦେଓ

କଳାହାଣ୍ଡି,୧/୩: କୋକସରା ବ୍ଲକ ଅନ୍ତର୍ଗତ ଗୋତୋମୁଣ୍ଡା ଠାରେ ଏକ ମନୋରମ ପରିବେଶ ମଧ୍ୟରେ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଉଦଘାଟିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ଯ ଅତିଥି ଭାବେ ଆଦିବାସୀ କଲ୍ଯାଣ ଓ ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ରମେଶ ମାଝୀ, ସମ୍ମାନିତ ଅତିଥି ଭାବେ ଧର୍ମଗଡ ବିଧାୟକ ଶ୍ରୀଯୁକ୍ତ ପୁଷ୍ପେନ୍ଦ୍ର ସିଂଦେଓ, ଜିଲ୍ଲା ଶିକ୍ଷାଧିକାରୀ ସଂଜୀବ ସିଂ, ସର୍ବଶିକ୍ଷା ଅଭିଯାନ,ଜିଲ୍ଲା ପ୍ରକଲ୍ପ ନିର୍ଦ୍ଦେଶକ ଗବାକ୍ଷ ନାଏକ, ଜିଲ୍ଲାପରିଷଦ ସଭ୍ୟା ହେମାଗିଂନୀ ହଂସ, ବ୍ଲକ ଶିକ୍ଷାଧିକାରୀ ଇଶ୍ବର ନାଏକ, ଧର୍ମଗଡ ବ୍ଲକ ଶିକ୍ଷାଧିକାରୀ କିଶୋର କୁମାର ଖମାରି, ସରପଞ୍ଚ ଜବାହାରଲାଲ ଗୋପାଳ, ସମିତି ସଭ୍ଯା ପଦ୍ମା ଖର୍ସେଲ, ଧଅଁରପୁର ସରପଞ୍ଚ ଜଗଶ୍ୟାମ ଯୁଏଡ ପ୍ରମୁଖ ମଞ୍ଚାସିନ ଥିଲେ ।

Omkar Vasthu
Omkar Vasthu

ବିଦ୍ୟାଳୟ ଓ ଶିକ୍ଷାର ବିକାଶ ସହ ଏକ ଶୈଖିକ ବାତାବରଣ ମଧ୍ୟରେ ଛାତ୍ର ଛାତ୍ରୀମାନେ କିପରି ଉତ୍ତମ ଶିକ୍ଷା ପାଇପାରିବେ ସେ ଉପରେ ଅତିଥିମାନେ ଆଲୋକପାତ କରିଥିଲେ । ଏହି ଉତ୍ସବରେ ଗ୍ରାମ ତଥା ଅଞ୍ଚଳ ର ବହୁ ଶିକ୍ଷାପ୍ରେମୀ ତଥା ଜନ ସାଧାରଣ ଉପସ୍ଥିତ ଥିଲେ ।

Pearl dental clinic
Near Ashish Medical Store, Bhawanipatna

ନବରଙ୍ଗପୁର/କଳାହାଣ୍ଡି ସ୍ଵତନ୍ତ୍ର ପ୍ରତିନିଧି ଲୋଚନ ପୋଡଙ୍କ ରିପୋର୍ଟ odiabarta.in

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.