ଗନିଆରୀକୁ ସମ୍ପୂର୍ଣ ରୂପେ ମଦମୁକ୍ତ ଗାଁ କରିବା ପାଇଁ ଅଣ୍ଟା ଭିଡ଼ିଲେ ମହିଳା ଓ ଗ୍ରାମବାସୀ

ନୂଆପଡା: କୋମନା ବ୍ଲକ ଗନିଆରୀ ଗାଁରେ ବେଆଇନ ଭାବେ ଚାଲୁଥିବା ମଦ ବିକ୍ରିକୁ ସ୍ଥାନୀୟ ମହିଳା ଓ ଗାଁ ଲୋକେ ବିରୋଧ କରିଛନ୍ତି। ଏ ନେଇ ନୂଆପଡା ଜିଲ୍ଲପାଳ ଓ ଅବକାରୀ ବିଭାଗକୁ ଏକ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି। ମଦ ଦୋକାନ ଗୁଡିକ ଛକ ସ୍ଥାନରେ ଥିବାରୁ ମହିଳା ମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ଏହା ସହିତ ଗାଁ ଯୁବ ପିଢ଼ି ନିଶାଶକ୍ତ ହୋଇ ଅନୈତିକ କାର୍ଯ୍ୟରେ ଲିପ୍ତ ରହୁଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ଆଗାମୀ ଦିନରେ ଯଦି ମଦ ଦୋକାନ ଗୁଡିକୁ ବନ୍ଦ ନ କରା ଗଲା ତେବେ ଗାଁ ର ସମସ୍ତ ମହିଳା ଓ ଗାଁ ଲୋକେ ରାଜରାସ୍ତାକୁ ତୀବ୍ରତର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଲିଖିତ ଅଭିଯୋଗ ଜିଲ୍ଲପାଳଙ୍କୁ ଦେବା ପାଇଁ ତୁଲେଶ୍ୱରୀ ବାଗ, ପିତାମ୍ବର ଅଦା, ଦମୟନ୍ତୀ ନାଗ, ଉତ୍ରା ନିୟରି, ବିରାଟ ବାଗ ଏବଂ ୫୦ରୁ ଉର୍ଦ୍ଧ ଗାଁ ଲୋକେ ଓ ମହିଳା ସାମିଲ ହୋଇଥିଲେ।

Omkar Vasthu
Omkar Vasthu

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.