କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ବର୍ତ୍ତମାନ ପନିପରିବାର ଆକାଶ ଛୁଆଁ ଦରକୁ ଚିନ୍ତା କଲେ ଖାଉଟିଙ୍କ ମୁଣ୍ଡ ଘୁରିଯାଉଛି। ଏପରି ସ୍ଥିତିରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଇନ୍ଦ୍ରମାଲ ଗ୍ରାମରେ ଇଷ୍ଟ ୱେଷ୍ଟ ଇଣ୍ଟରନେସନାଲ ସିଡ୍ସ କମ୍ପାନୀର କର୍ମଚାରୀଙ୍କ ଦ୍ବାରା କ୍ଷେତ୍ର ପରିଦର୍ଶନ ଓ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଠାରେ ଇନ୍ଦ୍ରମାଲ ଓ ଆଖପାଖ ଗାଁର ଚାଷୀଙ୍କୁ ଇଷ୍ଟ ୱେଷ୍ଟ ଇଣ୍ଟରନେସନାଲ ସିଡ୍ସ କମ୍ପାନୀର ଟିଏସ୍ଏମ୍ ଜିତେନ୍ଦ୍ର ପଧାନ,ଏମଡିଓ ନବୀନ ନାଏକ କୋବି ଓ ପ୍ରଗତି କଲରା ଚାଷ କିଭଳି କରାଯିବ ଓ କେତେ ଲାଭ ମିଳିବ ସେ ଉପରେ ତାଲିମ ଦେଇଥିଲେ। ଚାଷୀମାନେ କମ ମୂଲ୍ୟରେ ଉନ୍ନତମାନର ପନିପରିବା ମଞ୍ଜି କିପରି ପାଇ ପାରିବେ ସେ ଉପରେ ଧାରଣା ଦେଇଥିଲେ ଶ୍ରୀ ନାଏକ। ଉକ୍ତ କାର୍ଯ୍ୟକ୍ରମରେ ବିକ୍ରମ ସା, ଗଜିନ୍ଦ୍ର ପଧାନ, ନନ୍ଦ ପଧାନ, ଋଷି ପଧାନ ପ୍ରମୁଖ ଉପସ୍ଥିତ ଥିଲେ।