✒️ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ
କୁନି କୁନି ଛୋଟ ପିଲା ଆମେରେ
ଆମେ ଟ ଅଟୁ ଏ କଳିଯୁଗ ଶିଶୁ
କଥା ଆମ ଭଳି ଭଳିକା କାମ ଯେ ଅଟେ
ଅତି ବାହାଦୁରୀ ଉଠୁ ଏ ଦେଶ ହସୁ ।।
ଆମେ ଯେ ଅଟୁ କଳିଯୁଗର ଶିଶୁ
କରିବା ନିଶ୍ଚେ ଲକ୍ଷ ଏକ
ରୂପ ସଜ୍ଜା କରିବା କରି ଏକ ଭିନ୍ନ ବେଶ
ମାତୃଭୂମିର ରଖିବା ଟେକ ।।
ପାଳି ଆଦର୍ଶ ଚାଲିବା ପଥେ ଗାନ୍ଧୀ
ନେହେରୁଙ୍କୁ ହୃଦେ ମଣି
କରିବା ତ୍ୟାଗ ମିଥ୍ୟା ଦ୍ୱେଷ ଭାବନାକୁ
ସତ୍ ଭାବନାକୁ ହୃଦେ ଆଣି ।।
ଜନ୍ମଦିନ ଯେ ଅଟେ ଆଜି ଚାଚା ନେହେରୁଙ୍କ
ସେ ଯେ ଅଟନ୍ତି ଆମ ଶିଶୁଙ୍କ ପ୍ରିୟ
କରିଲେ ଯେ ସେ ଉତ୍ସର୍ଗ ଦେଇ ହସି
ଦେବା ତାଙ୍କୁ ଆଜି ଆମ ଶ୍ରେୟ ।।
କରିବା ଯେ ଏ ଦେଶ ସେବା ରଖିବା
ଆମେ ଯେ ଅଟୁ ଶିଶୁ କଳିକା
ନେବା ଶପଥ କରି ଏ ଦେଶ ରକ୍ଷା
ଭବିଷ୍ୟ ଲକ୍ଷ୍ୟ ଏ ଯେ ଗୋଟିକା ।।