ଶିକ୍ଷାର ବିକାଶ ହେଲେ ସମୃଦ୍ଧ ହେବ ସାହିତ୍ୟର ଭିତ୍ତିଭୂମି

କୋରାପୁଟ/ମାଲକାନଗିରି, (ତ୍ରିନାଥ ପଟ୍ଟନାୟକ): ମାଲକାନଗିରି ଜିଲ୍ଲାର ଗୋବିନ୍ଦପାଲ୍ଲି ସ୍ନାତକ ଶିକ୍ଷା ମହାବିଦ୍ୟାଳୟ ସଭାଗୃହ ଠାରେ ମାଟିଲଗ୍ନା ସାହିତ୍ଯ ସଂସଦ ଦ୍ବାରା ଶୀତକାଳୀନ ଅଧିବେଶନ କାର୍ଯ୍ଯକ୍ରମକୁ ସଂସଦର ରାଜ୍ୟସ୍ତରୀୟ ସଭାପତି ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ କିଶୋର ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିକ୍ଷାର୍ଥୀ ମାନଙ୍କ ସାମୁହିକ ବିକାଶ ହେଲେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିର ବିକାଶ ସାଧିତ ହୋଇପାରିବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମର ସଭାପତି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ନବୀନ କୁମାର ନାୟକ, ମୁଖ୍ୟ ବକ୍ତା ଭାବେ ଓଡ଼ିଆ ଅଧ୍ୟାପକ ହରିଶ ଚନ୍ଦ୍ର ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଅଭୟ କୁମାର ପାତ୍ର, ସମ୍ମାନିତ ବକ୍ତା ଭାବରେ ଅଧ୍ୟାପକ କେ. ଶ୍ରୀନିବାସ ରାଓ ପ୍ରମୁଖ ଯୋଗଦାନ କରି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ଲୁପ୍ତପ୍ରାୟ ଐତିହ୍ୟ ଓ ପରମ୍ପରାକୁ ଅନ୍ମେଷଣ କରି ତାହାକୁ ଲୋକଲୋଚନକୁ ଆଣିବା ହିଁ ସମସ୍ତଙ୍କ କର୍ତ୍ତବ୍ୟ ହେବା ଆବଶ୍ୟକ ବୋଲି କହିଥିଲେ। ଏଥିସହିତ ଅନୁଷ୍ଠାନର ଶିକ୍ଷକ ଶିବ ପ୍ରସାଦ ପାତ୍ର, ଜୟଦେବ ପଣ୍ଡା, ନିତ୍ୟାନନ୍ଦ ପଣ୍ଡା, ଦୁର୍ଗାମାଧବ ପାଢ଼ୀ, ପ୍ରିୟମ୍ବଦା ବିଶ୍ବାଳ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ। ଶେଷରେ ଛାତ୍ରମାନଙ୍କ ମଧ୍ଯରେ ସାଧାରଣ ଜ୍ଞାନ, ନୃତ୍ୟ, ଗୀତ ପ୍ରତିଯୋଗିତା କରାଯାଇ ୧୨ ଜଣ କୃତ୍ତି ଛାତ୍ର ଛାତ୍ରୀଙ୍କୁ ମାନପତ୍ର ସହିତ ପୁରସ୍କୃତ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.