ରାୟଗଡା ନାଗାବଳୀ ଲାୟନ୍ସ କ୍ଳବ ପକ୍ଷରୁ ପିଶ୍ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ

ରାୟଗଡା, (ଶିବ ନାରାୟଣ ଗୈାଡ): ଲାୟନ୍ସ କ୍ଳବ ରାୟଗଡା ନାଗାବଳୀ ତରଫରୁ ରାୟଗଡା ସଦର ବ୍ଳକ ବୀରନାରାୟଣପୁର ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଲାୟନ୍ସ ଇଂଟରନ୍ୟାସନାଲ ପିଶ୍ ପୋଷ୍ଟର ପ୍ରତିଯୋଗିତା ୨୦୨୧-୨୨ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତଯୋଗିତାରେ ୧୩ଜଣ ଛାତ୍ରଛାତ୍ରୀ ଭାଗ ନେଇଥିବା ବେଳେ କାର୍ଯ୍ୟକ୍ରମର ସମସ୍ତ ଦାୟିତ୍ୱ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜଗଦୀଶ ଚନ୍ଦ୍ର ଦୋରା ତୁଲାଇଥିଲେ ଏବଂ ସମସ୍ତ ଶିକ୍ଷକଶିକ୍ଷୟତ୍ରୀ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ନାଗାବଳୀ ଲାୟନ୍ସ କ୍ଳବର ସଭାପତି ଲାୟନ ଡଃ.ପ୍ରସନ୍ନ କୁମାର ଗନ୍ତାୟତ, ଆର.ସି. ଲାୟନ ରୁବିରାଣୀ କୁଣ୍ଡୁ, ସଂପାଦକ ଲାୟନ ରବି ଶତପଥି, ଲାୟନ ଶଶିଭୂଷଣ ପଟ୍ଟନାୟକ ତଥା ଲାୟନ ଅରୁଣ ପାଣିଗ୍ରାହୀ ଯୋଗ ଦେଇ ସଭାରେ ନିଜ ବକ୍ତବ୍ୟ ରଖିଥିଲେ । ଏହି ପ୍ରତିଯୋଗିତାରେ କୁମାରୀ ରିତିକା ବେହେରା ପ୍ରଥମ ଓ ପୃଥ୍ୱୀରାଜ ସାରକା ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଲଛମନ୍ ସାରକାଙ୍କୁ ଶ୍ୱାନ୍ତନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା ।

Udyog Nursery
Udyogi Nursery

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.