ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କ ଜିଲ୍ଳାରେ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଉପକ୍ଷୋ !

● ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଅବ୍ୟବସ୍ଥାକୁ ନେଇ ଉଠିଲା ଅଭିଯୋଗ

● ବିଭିନ୍ନ ଦାବି ପୂରଣ ନେଇ ଜିଲ୍ଳାପାଳଙ୍କ ସହ ଛାତ୍ରଛାତ୍ରୀଙ୍କ ଆଲୋଚନା

ରାୟଗଡା, (ଶିବ ନାରାୟଣ ଗୈାଡ): ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନିଜ ରାୟଗଡା ଜିଲ୍ଳାରେ ଆଦିବାସୀ ବର୍ଗର ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ଅଧ୍ୟୟନ ଓ ହଷ୍ଟେଲରେ ରହିବାର ଆନୁସାଙ୍ଗିକ ବ୍ୟବସ୍ଥାରେ ଅସୁବିଧାର ସମ୍ମୁଖୀନ ହେଉଥିବା ଏବଂ ସେମାନଙ୍କୁ ଉପେକ୍ଷା କରାଯାଉଥିବା ଭଳି ଏକ ଅଭାବନୀୟ ବିଷୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଳା ଶିରିଗୁଡା ସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ । ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଶିରିଗୁଡା ସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ପରିଚାଳନା ଅବ୍ୟବସ୍ଥାକୁ ନେଇ ଦେଖାଦେଇଛି ଛାତ୍ରଛାତ୍ରୀ ଅଶାନ୍ତି । ଏ ନେଇ ରାୟଗଡା ଜିଲ୍ଳାପାଳଙ୍କ ଦୃଷ୍ଟି ଆର୍କଷଣ କରିଛନ୍ତି ଛାତ୍ରଛାତ୍ରୀ ।

Omkar Vasthu
Omkar Vasthu


ଆଜି ସ୍କୁଲର ଅବ୍ୟବସ୍ଥା, ଶିକ୍ଷକ ପଦବୀ ପୂରଣ ଏବଂ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ଉଦାସୀନତା ବିରୋଧରେ ବିରୁଦ୍ଦରେ ଅଭିଯୋଗ ନେଇ ସ୍କୁଲ ଠାରୁ ଦୀର୍ଘ ୫ କିଲୋମିଟର ଦୂର ଚାଲି ଚାଲି ଛାତ୍ରଛାତ୍ରୀମାନେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ପଂହଚିଥିଲେ । ଜିଲ୍ଳାପାଳ ସରୋଜ କୁମାର ମିଶ୍ର ନିଜ କାର୍ଯ୍ୟାଳୟର ଚିନ୍ତନ କକ୍ଷରେ ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ ଦାବିକୁ ଶୁଣିବା ପରେ ସେମାନଙ୍କ ସହ ଆଲୋଚନା କରିଛନ୍ତି । ଦାବି ପୂରଣ ଦିଗରେ ଏକ ସମୟସୀମା ନିର୍ଦ୍ଧାରଣ କରାଯାଇଛି । ଏଥିମଧ୍ୟରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ବିଦ୍ୟାଳୟର ଅଧ୍ୟକ୍ଷ ସନ୍ତୋଷ କୁମାର ପାତ୍ରଙ୍କୁ ନିର୍ଦ୍ଦେଶ ଦେବା ଛାତ୍ରଛାତ୍ରୀବାସରେ ଆବଶ୍ୟକ ପଡୁଥିବା ମରାମତି କାମକୁ ଯଥାଶୀଘ୍ର ଆରମ୍ଭ କରି ସାରିବାକୁ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ପ୍ରକଳ୍ପ ନିର୍ଦ୍ଦେଶକ ଟୁକୁ ବାରିକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Pearl dental clinic
Near Ashish Medical Store, Bhawanipatna


ତେବେ ଜିଲ୍ଳାପାଳ ନିଜେ ପ୍ରତିଶୃତି ଦେଇଥିବାରୁ ତାଙ୍କ କଥାକୁ ମାନ୍ୟ କରି ସମସ୍ତ ବିଦ୍ୟାର୍ଥୀମାନେ ବିଦ୍ୟାଳୟକୁ ଫେରୁଛୁ ଯଦି ସମୟ ସୀମା ମଧ୍ୟରେ ପ୍ରତିଶୃତି ପୂରଣ ନ ହୁଏ ତେବେ ପୁର୍ନବାର ବିଦ୍ୟାଳୟ ସମ୍ମୁଖରେ ଧାରଣା ବସିବୁ ବୋଲି ଛାତ୍ରଛାତ୍ରୀମାନେ ପ୍ରକାଶ କରିଛନ୍ତି । ମିଳିଥିବା ସୂଚନା ପ୍ରକାରେ ତଥା ଛାତ୍ରଛାତ୍ରୀଙ୍କ ଦାବି ଅନୁଯାୟୀ ଷଷ୍ଠ ଶ୍ରେଣୀରୁ ନାମ ଲେଖାଇ ନବମ ଶ୍ରେଣୀ ମଧ୍ୟରେ ଇଂରାଜୀ ପାଠ ପଢାଯାଇ ନ ଥିବା ବେଳେ ବର୍ତମାନ ନବମ ଶ୍ରେଣୀ ଶେଷ ହେବାକୁ ଥିବା ସମୟରେ ଦଶମ ଶ୍ରେଣୀରେ ସେମାନେ କିପରି ଇଂରାଜୀ ପରୀକ୍ଷା ଦେବେ ବୋଲି ଛାତ୍ରଛାତ୍ର୍ରୀମାନେ ପ୍ରଶ୍ନ କରିଛନ୍ତି ।

Udyog Nursery
Udyogi Nursery

ସେହିପରି ଗତ ଅକ୍ଟୋବର ମାସ ୨୨ତାରିଖରେ ବିଦ୍ୟାଳୟ ଏବଂ ୨୫ତାରିଖରେ ଶ୍ରେଣୀ କକ୍ଷଗୁଡିକ ଖୋଲାଯାଇଛି କିନ୍ତୁ ଆଜି ପର୍ଯ୍ୟନ୍ତ କୈାଣସି ଶିକ୍ଷକଶିକ୍ଷୟତ୍ରୀମାନେ ସେମାନଙ୍କୁ ପାଠ ପଢାଇବା ପାଇଁ ଆସୁନାହାନ୍ତି କାହିଁକି ବୋଲି ଅଭିଯୋଗ ହୋଇଛି । ନବମ ଶ୍ରେଣୀର ପାଠ୍ୟସୂଚୀ ଅନୁଯାୟୀ କୈାଣସି ବି ଗୋଟିଏ ବିଷୟ ଶେଷ ହୋଇ ପାରି ନ ଥିବା ଏବଂ ସମୟ ସାରଣୀ ମଧ୍ୟ କାହିଁକି ପୂର୍ବରୁ ଦିଆଯାଇ ନ ଥିଲା ଏବଂ ପିଏ-ଆଇଟିଡିଏ ବିଦ୍ୟାଳୟ ଗସ୍ତରେ ଆସିବେ ବୋଲି ଖବର ପାଇ ବିଦ୍ୟାଳୟ କର୍ତୁପକ୍ଷ ତରବରିଆ ଭାବେ ଶ୍ରେଣୀ କକ୍ଷର ଲଙ୍ଗବୁକ୍ ଏବଂ ସମୟ ସାରଣୀ ପ୍ରସ୍ତୁତ କରିଥିବା ବେଳେ ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ କାହିଁକି ପ୍ରଦାନ କରାଯାଇ ନ ଥିଲା ବୋଲି ଛାତ୍ରଛାତ୍ରୀମାନେ ପ୍ରଶ୍ନ କରିଛନ୍ତି ।


ସେହିପରି ଆସନ୍ତା ଡିସେମ୍ବର ୧୧ତାରିଖରେ ଇଂରାଜୀ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ବେଳେ ବର୍ତମାନ ସୁଦ୍ଧା କୈାଣସି ସିଲାବସ୍ ଶେଷ ହୋଇ ନ ଥିବାରୁ ପରୀକ୍ଷାର କୃତକାର୍ଯ୍ୟ ହୋଇପାରିବୁ ନାହିଁ ବୋଲି ଛାତ୍ରଛାତ୍ରୀମାନେ ଜଣାଇଛନ୍ତି । ପାଠପଢା ହେଉ ନ ଥିବା ନେଇ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଅଭିଯୋଗ କଲେ ମଧ୍ୟ କୈାଣସି ସୁଫଳ ମିଳୁ ନ ଥିବାର ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀମାନେ । ଏଥିସହ ଆମକୁ ଆଦିବାସୀ ବର୍ଗର ଛାତ୍ରଛାତ୍ରୀ ଭାବି ବିଦ୍ୟାଳୟ କର୍ତୁପକ୍ଷ ଅନ୍ୟାୟ କରୁଛନ୍ତି କି ବୋଲି ଛାତ୍ରଛାତ୍ରୀମାନେ ପ୍ରଶ୍ନ କରିଛନ୍ତି । ସେହିପରି ହଷ୍ଟେଲର ଶୈାଚାଳୟ ଗୁଡିକ ମରାମତି ଆବଶ୍ୟକ କରୁଥିବା ବେଳେ ଏଥିପ୍ରତି କର୍ତୁପକ୍ଷ ଦୃଷ୍ଟି ଦେଉ ନ ଥିବା ଏବଂ ଗତ ନଭେମ୍ବର ମାସରେ ପ୍ରଦାନ କରାଯାଉଥିବା ସାବୁନ, ତେଲ ଭଳି ଅନ୍ୟାନ୍ୟ ସମସ୍ତ ସାମଗ୍ରୀ ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯାଇ ନ ଥିବା ଅଭିଯୋଗ ହୋଇଛି । ଜିଲ୍ଳାପାଳଙ୍କ ସହ ଛାତ୍ରଛାତ୍ରୀମାନେ ଆଲୋଚନା ବେଳେ ଅତିରିକ୍ତ ଜିଲ୍ଳାପାଳ-୨ ଧର୍ମାନନ୍ଦ ବେହେରା, ପିଏ-ଆଇଟିଡିଏ ଟୁକୁ ବାରିକ, ସହକାରୀ ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ପାଣି, ବିଦ୍ୟାଳୟ ଅଧ୍ୟକ୍ଷ ସନ୍ତୋଷ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ପିଏ-ଆଇଟିଡିଏ କାର୍ଯ୍ୟାଳୟ ପକ୍ଷରୁ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ତାହା ଛାତ୍ରଛାତ୍ରୀମାନଙ୍କ କୈାଣସି କାର୍ଯ୍ୟରେ ଆସୁ ନ ଥିବା ପରିଲିକ୍ଷିତ ହୋଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.